Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୟାକରି ଇଣ୍ଡିଗୋ କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତୁନି; ସେମାନେ ଉପରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରୁଛନ୍ତି: ସୋନୁ ସୁଦ୍

ନୂଆଦିଲ୍ଲୀ,୬|୧୨: ବିମାନ ଯାତ୍ରୀଙ୍କ ପାଇଁ ଯନ୍ତ୍ରଣା ପାଲଟିଛି ବିମାନ ଯାତ୍ରା। ଗତ ୫ ଦିନ ହେବ ଇଣ୍ଡିଗୋ ଏୟାଇଲାଇନ୍ସରେ ଦେଖାଯାଇଥିବା ବିଭ୍ରାଟ ହଜାର ହଜାର ଯାତ୍ରୀଙ୍କ ନିଦ ହଜାଇ ଦେଇଛି । ଦେଶର ପ୍ରମୁଖ ବିମାନବନ୍ଦର ମାନଙ୍କରେ ହଜାର ହଜାର ଯାତ୍ରୀ ନଖାଇ ନ ପିଇ ଅପେକ୍ଷା କରି ବସି ରହିଛନ୍ତି | ଏବେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି । ଇଣ୍ଡିଗୋ ବିମାନ ରଦ୍ଦ ଓ ବିଳମ୍ବ ପାଇଁ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଧୈର୍ଯ୍ୟ ସୀମା ଟପୁଛି ଯାତ୍ରୀ ବିମାନ କର୍ମଚାରୀଙ୍କ ଉପରେ ନିଜ ଅସନ୍ତୋଷ, ରାଗ ବାହାର କରୁଛନ୍ତି ।

ସମୟ ଅନୁସାରେ, ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି | ଯାତ୍ରୀ ମାନେ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି | ତେବେ ଏନେଇ ସମସ୍ତ ଯାତ୍ରୀଙ୍କୁ ଅପିଲ୍ କରିଛନ୍ତି ଅଭିନେତା ସୋନୁ ସୁଦ୍ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଛାଡି ସୋନୁ ସୁଦ୍ ଯାତ୍ରୀଙ୍କୁ ବିମାନ କର୍ମଚାରୀଙ୍କ ପ୍ରତି ଦୟା ଭାବ ଦେଖାଇବାକୁ ଅନୁରୋଧ କରିଛନ୍ତି । ସୋନୁ ସୁଦ ଆହୁରି କହିଛନ୍ତି ଯେ, ଇଣ୍ଡିଗୋର ଏହି ବିଭ୍ରାଟ ପାଇଁ ସମସ୍ତେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ମୋର ସମ୍ପର୍କୀୟ ବି ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ । ବିମାନ ବାତିଲ, ରଦ୍ଦ, ବିଳମ୍ବ ପାଇଁ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ମିଟିଂ ଆଟେଣ୍ଡ କରିପାରୁ ନାହାନ୍ତି, ବାହାଘରରେ ସାମିଲ ହୋଇ ପାରୁନାହାନ୍ତି । କିନ୍ତୁ ଏ ଭିତରେ ସବୁଠାରୁ ବଡ଼ ଦୁଃଖର କଥା ଯେ, ଯେଉଁ ବିମାନ କର୍ମଚାରୀମାନେ ଗ୍ରାଉଣ୍ଡରେ କାମ କରୁଛନ୍ତି । ସେମାନଙ୍କ ପ୍ରତି ଯାତ୍ରୀମାନେ ଚିଲେଇବା, ଗାଳି ଗୁଲଜ କରିବା ଭଲଲାଗୁନି । ମାନୁଛି ବିରକ୍ତ ଲାଗୁଥିବ, କିନ୍ତୁ ଆପଣ ଥରେ ଭାବନ୍ତୁ ସେମାନେ ବି ନିରୁପାୟ । ସେମାନେ କେବଳ ଉପରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରୁଛନ୍ତି ଆଉ ଆପଣଙ୍କ ପାଖରେ ପହଞ୍ଚାଉଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ