Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବଂଶଧାରା ଛାତ୍ରାବାସର ବାର୍ଷିକ ଉତ୍ସବ

ଗୋପାଳପୁର: ‌ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ରହିଥିବା ବଂଶଧାରା ଛାତ୍ରାବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଗଣେଶ ସେଠୀ ଯୋଗ ଦେଇ ଅନ୍ତବାସୀଙ୍କୁ ଶୃଙ୍ଖଳିତ ହେଵା ସହ ନିଯୁକ୍ତି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା କହିଥିଲେ l ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଡ଼ ଶଙ୍କର୍ଷଣ ମଲ୍ଲିକ ଯୋଗ ଦେଇ ଅନ୍ତେବାସୀ ସମୟର ଛାତ୍ର ଜୀବନର ଅଭିଜ୍ଞତା ସହ ଏଠାରେ ପିଲାଙ୍କ ସହ ବିତାଇଥିବା ମୁହୂର୍ତ୍ତ ଅନୁଭୂତିକୁ ଅତି ନିଖୁଣ ଭାବେ ପ୍ରକାଶ କରିଥିଲେ । ଏହି ଅବସରରେ ଜେ ଆର୍ ଏଫ୍ ପାଇଥିବା ଧନଞ୍ଜୟ ନାୟକ ଏବଂ ବିଶ୍ଵବିଦ୍ୟାଳୟରେ ଓ ସମାଜରେ ସାମାଜିକ କାର୍ଯ୍ୟ ପାଇଁ ଗୋଟେ ଭଲ ପରିଚୟ ସୃଷ୍ଟି କରିପାରିଥିବା ରାଜ୍ୟ ପୁରସ୍କାର ପ୍ରାପ୍ତ ଏନ୍.ନୀଳମାଧବ ପାତ୍ର ଭଳି ଆଦି ପିଲାଙ୍କ ଆକର୍ଷଣୀୟ ସଫଳତାକୁ ବେଶ୍ ପ୍ରଶଂସା କରିବା ସହ ଏହିଭଳି ଛାତ୍ର ସବୁ ଆମ ଛାତ୍ରାବାସର ଗର୍ବ ଗୌରବ ବୋଲି କହିଥିଲେ l ଏହି ଅବସରରେ ଅନ୍ତେବସୀ ମାନେ ହଷ୍ଟେଲରେ ବିତାଇ ଥିବା ସ୍ମୃତି ସାଉଁଟି ଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l