Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା; ଝିଅ ବାହାଘର ପାଇଁ ମିଳିବ ୫୧ ହଜାର, ୧୮ରୁ ୩୫ ବର୍ଷ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୬|୧୨: ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ । ଏଣିକି ଝିଅ ବାହାଘର ପାଇଁ ମିଳିବ ୫୧ ହଜାର | ଗରିବ, ଅସହାୟଙ୍କୁ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ବିବାହ ସକାଶେ ଯୋଗାଇଦେବେ ସରକାର । ସିଧାସଳଖ ଭାବେ ଯୁବତୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ଦିବ୍ୟାଙ୍ଗ, ବିଧବା, ଏସସି-ଏସଟିଙ୍କୁ ମିଳିବ ପ୍ରାଥମିକତା । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ ।

ଏହି ଯୋଜନାରେ ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ । ପ୍ରଥମ ଥର ପାଇଁ ବିବାହ କରୁଥିବା ଯୁବକ ଯୁବତୀଙ୍କ ପାଇଁ ଏହି ସୁବିଧା ମିଳିବ। ସେହିପରି ବିଧବାଙ୍କ ପୁନଃ ବିବାହ କ୍ଷେତ୍ରରେ ମଧ୍ୟ ଏହି ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ସହାୟତା ରାଶି ୫୧ ହଜାର ଟଙ୍କାରୁ ୩୫ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଏଥିସହ ୧୦ ହଜାର ଟଙ୍କାର ଏକ ଗିଫ୍ଟ ପ୍ୟାକେଟ ସରକାରଙ୍କ ତରଫରୁ ମିଳିବ । ଏହି ଗିଫ୍ଟ ପ୍ୟାକେଟରେ ପାଉଁଜି, ଚୁଡି, ଟିକିଲି, ବାସନ, ଶାଢି ଇତ୍ୟାଦି ସାମଗ୍ରୀ ପ୍ରଦାନ କରାଯିବାର ଯୋଜନା ରହିଥିଲା ବେଳେ ବାକି ୬ ହଜାର ଟଙ୍କା ବିବାହର ସାଜସଜ୍ଜା ପାଇଁ ଦିଆଯିବ । ତେବେ ଏନଜିଓ ଦ୍ୱାରା ଏହି ଅର୍ଥରାଶି ପ୍ରଦାନ କରାଯିବାର ରହିଛି |

ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ । ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ ।

ସୂଚନା ଅନୁସାରେ, ରାଜ୍ୟରେ ଗରିବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାର ୨୦୧୫ -୨୬ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରିଥଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories