Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନକତୋରା ଗ୍ରାମରେ ଭାଗବତ ପାରାୟଣ ପାଠ ଉଦଯାପିତ

ଝାରସୁଗୁଡା ୭/୧୨ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ଗ୍ରାମରେ ଗ୍ରାମବାସୀଙ୍କ ଉଦ୍ୟମରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଞ୍ଚ ଦିନିଆ ଭାଗବତ ପାରାୟଣ ପାଠ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ପ୍ରଥମ ଦିନ ଭଜନ–କୀର୍ତ୍ତନ ସହ ଶୋଭାଯାତ୍ରା ଯାଇ ଗ୍ରାମ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇଥିଲା । ପୂଜକଙ୍କ ଦ୍ବାରା ବିଧି ଅନୁସାରେ ପୂଜାର୍ଚ୍ଚନା ସହ ପାଞ୍ଚଦିନ ଧରି ଭାଗବତ ପାଠ ଚାଲିଥିଲା । ଅନ୍ତିମ ଦିବସରେ ହୋମଯଜ୍ଞ, ପୂର୍ଣ୍ଣାହୁତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ସମାପନ ହୋଇଥିଲା ।
ଓଡ଼ିଶା ଏବଂ ଛତିଶଗଡ଼ ଅଞ୍ଚଳର ପ୍ରସିଦ୍ଧ ଗାୟକ–ଗାୟିକାଙ୍କ ମଧ୍ୟରେ ଉମେଶ ପଧାନ, ବିରାଟ ବିଶ୍ୱାଳ, ଗୋକୁଲା ପଧାନ, ସନ୍ତୋଷ ବିଶ୍ୱାଳ,ଖଗେଶ୍ବର ପଶାୟତ, ଶୋଭାଲାଲ ବାରିକ, ପ୍ରତୀକ୍ଷା ପଧାନ, ଛୋଟେଲାଲ ସାହୁ, ମନବୋଧ ଖମାରୀ, ଲଲିତା ପଧାନ, ବରୁଣ ପଧାନ, ଶ୍ୟାମସୁନ୍ଦର ଖମାରୀ,ବିହାରୀଲାଲ ପ୍ରମୁଖ ଭାଗବତ ପାଠ କରି ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ଗାୟକ–ଗାୟିକା ରାଜଶ୍ରୀ ପଧାନ (ଜାମଗାଁ), ଦୁର୍ଯୋଧନ ସା ଓ କ୍ଷେତ୍ରୀ ସା (ସାଡେରା), ଏବଂ ଛତିଶଗଡ଼ର ସିହା ଗ୍ରାମର ଜନେକରାମ ଗୁପ୍ତାଙ୍କୁ ଭାଗବତ ପାରାୟଣ କମିଟି ପକ୍ଷରୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା । ଉତ୍ସବରେ ଗାଁର ଗୌନ୍ତିଆ ଶାନ୍ତି ଭୂଷଣ ବିଶ୍ଵାଳ ଓ ତାଙ୍କ ପତ୍ନୀ ମମତା ବିଶ୍ୱାଳ ମୁଖ୍ୟ କର୍ତ୍ତାଭାର ନେଇଥିଲେ । ରୁକ୍ମିଣୀ ବିବାହ ସମାପନ ଉତ୍ସବରେ ପଞ୍ଚା ସାହୁ ଓ ତାଙ୍କ ପତ୍ନୀ ଭୂମିସୂତା ସାହୁଙ୍କ ଅବଦାନ ଚିରସ୍ମରଣୀୟ ରହିଲା । ଏହା ଦ୍ୱାରା ସମଗ୍ର କନକତୋରା ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ପବିତ୍ର ପରିବେଶ ସୃଷ୍ଟି ହୋଇଥିଲା । ପାର୍ଶ୍ବବର୍ତ୍ତୀ ଗାଁ ମାନଙ୍କରୁ ଅନେକ ଭାଗବତ ପ୍ରେମୀ ଉପସ୍ଥିତ ହୋଇଥିଲେ । ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ପ୍ରସ୍ତୁତ କରି ବଣ୍ଟନ କରା ଯାଇଥିଲା ।
ଉତ୍ସବକୁ ସଫଳ କରିବାରେ ସଉକି ବିଶ୍ୱାଳ, ଗୋକୁଳ ପଧାନ, ସନାତନ ରଣା, ମୁଡ଼ିଆ ଶଙ୍କର ମେହେର, ନେତ୍ରାନନ୍ଦ ସା, ପ୍ରେମାନନ୍ଦ ସାହୁ, ଭାସ୍କର ସେଠ, ପୁନଭ ଗୌଡ଼, କମଳା ବିଶ୍ୱାଳ, ସଫେତ ବିଶ୍ୱାଳ, ସୁକାନ୍ତି ବିଶ୍ୱାଳ, ଜେମା ପଧାନ, ବିଳାସିନୀ ସା, ନଳିନୀ ବିଶ୍ୱାଳ, ସୁରୁଚି ଭୋଇ ପ୍ରମୁଖଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ