Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଝାରସୁଗୁଡା ୭/୧୨(ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଲିତ ହୋଇ ଯାଇଛି। ଅଧ୍ୟକ୍ଷ ପ୍ରଫୁଲ୍ଲ ସା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡ଼ା ପତାକା ଉତ୍ତଳନ କରି ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ବିଦ୍ୟାଳୟର ୨୦୦ ଜଣ ଛାତ୍ରଛାତ୍ରୀ ୧୦୦ ମିଟର ଦୌଡ଼, ଡିସକସ, ଜେଭିଲିନ ଥ୍ରୋ, ଲମ୍ବ ଓ ଉଚ୍ଚ ଡିଆଁ, ସଟଫୁଟ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ କ୍ରୀଡ଼ା ଅଧ୍ୟାପକ ମନୋଜ ସାହୁ ଖେଳ ପରିଚାଳନା କରିଥିଲେ । ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ରୋହିତ ପାଢ଼ୀ, ଅଶ୍ଵିନୀ ସାହୁ, ଅକ୍ଷୟ ପ୍ରଧାନ, ମିତ୍ରଭାନୁ ସେଟ୍, ଅତୁଲ୍ୟ ପଧାନ, ଗୀତାଞ୍ଜଳୀ ପଧାନ, ତନୟା ଗରୁଡ଼, ରମ୍ୟତା ଭୋଇ ତରଙ୍ଗିଣୀ ପଧାନ, ଭାରତୀ ବାରିକ, ସୋମ୍ୟାରାଣୀ ପଧାନ, ସ୍ମରଣିକା ଦେବତା, ସୀମା ସାହୁ, ଅପର୍ଣ୍ଣା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ