ଆଜି ମା’ ତାରିଣୀ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝର ;୭|୧୨: ଆଜି ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଘଟଗାଁ ମା ତାରିଣୀଙ୍କ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଆଜି ଘଟଗାଁ ଯିବେ | ଏହି ପ୍ରକଳ୍ପ ପାଇଁ ପାଖାପାଖି ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ | ଯାହା ବାବଦରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳ ବିଶାଳ ସିଂହ ଘଟଗାଁ ମା ତାରିଣୀଙ୍କ ମନ୍ଦିର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେନେଇ ବୁଲି ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ବେଳେ ଘଟଗାଁରେ ବିମାନ ଯୋଗେ ପହଞ୍ଚିଛନ୍ତି | ଏହାପରେ ସେଠାରୁ ଏକ ବାଇକ୍ ରାଲିରେ ଯାଇ ଘଟଗାଁ ମନ୍ଦିରରେ ପହଞ୍ଚିବେ । ପ୍ରଥମେ ମନ୍ଦିର ପରିସରରେ ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ଘଟଗାଁ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମ ପରେ ସେ ଘଟଗାଁ ମିନି ଷ୍ଟାଡ଼ିୟମରେ ଏକ ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ସେ ତାଙ୍କର ଉଦବୋଧନ ଦେବେ । ଏଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି l

