Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଣନ୍ତୁ ଘରେ କେଉଁ ବସ୍ତୁ ରଖିଲେ ମିଳିବ ବାସ୍ତୁ ଦୋଷରୁ ମୁକ୍ତି ; ଜୀବନରେ ହେବ ଧନର ବର୍ଷା

ନୂଆଦିଲ୍ଲୀ ;୭|୧୨: ବାସ୍ତୁ ଦୋଷ ପାଇଁ ଲୋକେ ବିଭିନ୍ନ ପ୍ରକାର ପ୍ରତିକାର କରିଥାନ୍ତି |ଏଥିପାଇଁ ଲୋକେ ନିଜ ଘରେ କିଛି ଖାସ୍ ବସ୍ତୁ ରଖିବାଥାନ୍ତି | ଏହାଦ୍ୱାରା ସକାରାତ୍ମକ ଶକ୍ତି ଏବଂ ଧନର ସମୃଦ୍ଧି ବଢିଥାଏ | ବିଶ୍ଵାସ କରାଯାଏ ଯଦି ନିଜ ଘରର ବାତାବରଣ ସକାରାତ୍ମକ ଏବଂ ସନ୍ତୁଳିତ ରହେ , ତେବେ ସେହି ଘରେ ରହୁଥିବା ଲୋକଙ୍କ ମଧ୍ୟରେ ସୁଖ ସମୃଦ୍ଧି ଏବଂ ଧନ ବଢେ। ସେଥିପାଇଁ କୁହାଯାଏ ଧନୀ ଏବଂ ସଫଳ ଲୋକଙ୍କ ଘରେ କିଛି ବିଶେଷ ବସ୍ତୁ ସର୍ବଦା ଉପସ୍ଥିତ ରହିଥାଏ।

ତେବେ ଆସନ୍ତୁ ସେମିତି କିଛି ଜିନିଷ ସମ୍ପର୍କରେ ଜାଣିବା…

୧-ମନି ପ୍ଲାଣ୍ଟ : ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ ଗଛକୁ ବହୁତ ଶୁଭ ବୋଲି ମନାଯାଏ। ବିଶ୍ଵାସ ରହିଛି ଏହି ଗଛ ଘରେ ରଖିବା ଦ୍ଵାରା ଧନ , ସୌଭାଗ୍ୟ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହି ଗଛକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖାଯାଏ। କାରଣ ଏହି ଦିଗକୁ ଧନ ଏବଂ ସମୃଦ୍ଧିର ଦିଗ ବୋଲି ମନାଯାଏ। ଏହାକୁ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ । ମନି ପ୍ଲାଣ୍ଟ ଗଛକୁ କେବେହେଲେ ଘରର ବାହାରେ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବେ ନାହିଁ । ଏହାଦ୍ୱାରା ଧନହାନୀ ଘଟିବା ସହ ଆର୍ଥିକ ସଙ୍କଟ ଦେଖାଦେଇଥାଏ।

୨- ବୋହି ଯାଉଥିବା ଜଳ : ବାସ୍ତୁ ଶାସ୍ତ୍ର ଅନୁଯାୟର ବୋହି ଯାଉଥିବା ଜଳକୁ ମଧ୍ୟ ଶୁଭ ମନାଯାଏ। ଲଗାତାର ଭାବେ ପାଣି ବୋହିଯିବା ଜୀବନରେ ଉର୍ଜା, ଗତିବିଧି ଏବଂ ନିରନ୍ତର ଧନ ଆସିବାର ସଙ୍କେତ ଅଟେ। ସେଥିପାଇଁ କିଛି ଧନୀ ଲୋକଙ୍କ ଘରେ କିମ୍ବା ଘରକୁ ପ୍ରବେଶ କରିବା ଦ୍ଵାର ପାଖରେ ଛୋଟ ପାଣି ସୁଆର ( ଫାଉଣ୍ଟେନ୍) କରାଯାଇଥାଏ। ଏହା କେବଳ ସୁନ୍ଦର ଦେଖାଯାଇନଥାଏ , ଏହା ଘରର ବାତାବରଣକୁ ମଧ୍ୟ ସକାରାତ୍ମକ କରିଥାଏ। ତେବେ ପାଣି ସୁଆର ସର୍ବଦା ଘର ଉତ୍ତର ଦିଗରେ କରିବା ଶୁଭ ମନାଯାଏ। କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରନ୍ତି ବୋଲି କୁହାଯାଏ ।

୩- ଲାଫିଙ୍ଗ୍ ବୁଦ୍ଧ: ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତିକୁ ଖୁସି, ସୌଭାଗ୍ୟ ଏବଂ ସକାରାତ୍ମକ ଉର୍ଜାର ପ୍ରତୀକ ଭାବେ ମନାଯାଏ। ଏହି ମୂର୍ତ୍ତି ରଖିବା ଦ୍ଵାରା ଘରେ ସର୍ବଦା ହସ , ଖୁସିର ମାହୋଲ ରହିଥାଏ। ମନ ହାଲୁକା ରହିବା ସହ ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ