Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚତୁର୍ଥ ବଜରଙ୍ଗ କପ୍ କ୍ରିକେଟ ଉଦଯାପିତ ; ଦେଉଳମୁଣ୍ଡା ଦଳ ଚମ୍ପିଆନ୍ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଚତୁର୍ଥ ବଜରଙ୍ଗ କପ କ୍ରିକେଟ ଟୁର୍ଣାମେଣ୍ଟ ର ଫାଇନାଲ ଖେଳରେ ଡାହାଣିପାଲି କୁ ହରାଇ ଦେଉଳମୁଣ୍ଡା ଚମ୍ପିୟାନ ହୋଇଛି l ଫାଇନାଲ ଖେଳ ରେ ନିର୍ଦ୍ଧାରିତ ୧0 ଓଭର ଖେଳି ଦେଉଳମୁଣ୍ଡା ୮୧ ରନ ର ବିଜୟ ଲକ୍ଷ ଦେଇଥିଲେ I ଉକ୍ତ ବିଜୟ ଲକ୍ଷ କୁ ଡାହାଣୀପାଲି ଦଳ ସଂଗ୍ରହ କରିନେଇଥିଲେ l ପରବର୍ତ୍ତୀ ୭ ଓଭର ରେ ଡାହାଣୀ ପାଲି ଦଳ ୭0ରନର ବିଜୟ ଲକ୍ଷକୁ ଦେଉଳମୁଣ୍ଡା ଦଳ ସଂଗ୍ରହକରି ନେଇଥିଲେ l ପରେ ୨ ଓଭର ଖେଳି ୨୭ ରନ ସଂଗ୍ରହ କରିଥିଲେ ଦେଉଳମୁଣ୍ଡା ଦଳ, ବିଜୟ ଲକ୍ଷ ୨୮ ରନ ସଂଗ୍ରହ ଲକ୍ଷ ନେଇ ଗୋଟିଏ ପରେ ଗୋଟିଏ ୱିକେଟ ର ପତ୍ତନଘଟି ଡାହାଣୀପାଲି ପରାଜିତ ହୋଇଥିଲା l ଚମ୍ପାମାଲ ବଜରଙ୍ଗ କ୍ଲବର ଆୟୋଜନ କ୍ରମେ ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବକୁ କିଶୋର ହୋତା ସଭାପତିତ୍ୱ କରିଥିବାବେଳେ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ମୁଖ୍ୟଅତିଥି, ଚମ୍ପାମାଲ ସରପଞ୍ଚ ମହିନ୍ଦ୍ର ଜଗଦଲl , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ସାହୁ, ସମାଜସେବୀ ପ୍ରଭାସ ପଣ୍ଡା , ବିଶ୍ୱନାଥ ଥନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜେତା ଓ ଉପବିଜେତା ଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ମ୍ୟାଚ କୁ ପ୍ରକାଶ ଦାସ ଏବଂ ବିଶ୍ୱନାଥ ମହାକୁର ପରିଚାଳନା କରିଥିବାବେଳେ, ପୀତବାସ ଶତପଥି ସ୍କୋରର ଭାବରେ କାର୍ଯ୍ୟ ତୁଲାଇଥିଲେ l ଆୟୋଜକ ଆଶୁତୋଷ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ବଜରଙ୍ଗ କ୍ଳବର ଅରବିନ୍ଦ ପାଢ଼ୀ, ସୁଜ୍ଞାନ ଆର୍ଯ୍ୟବର୍ତ୍ତନ ହୋତା (ରକି), ଦୀପକ ମହାରଣା, ବିବେକ ଶତପଥୀ , ନନ୍ଦୀ ବେହେରା , ସମଦତ୍ତ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ