Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୀଡ଼ିତାଙ୍କ ମୃତ୍ୟୁ ପରେ ସହାୟତା ଦାବି ପାଇଁ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା,୮|୧୨: ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରି ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ। ପୁରୁଷ ବନ୍ଧୁର ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ | ଫଳରେ ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡି ଯାଇଥିଲା | ଏବଂ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ ମେଡିକାଲର ବର୍ଣ୍ଣ ସେଣ୍ଟରରେ ଚିକିତ୍ସିତ ହେଉଥିଲେ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ପୀଡ଼ିତାଙ୍କୁ ଭେଟିଥିଲେ | ଡ.ମହାଲିଙ୍ଗ ଛାତ୍ରୀଙ୍କ ଅବସ୍ଥା ଦେଖିବା ସହ ତାଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସହିତ ପରିବାରକୁ ଭେଟି ସମବେଦନା ମଧ୍ୟ ଜଣାଇଥିଲେ। ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଦେଖି ଆବଶ୍ୟକ ପଡିଲେ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱରର ଏମ୍ସରେ ଆଡମିଟ୍‌ କରିବାକୁ ମନ୍ତ୍ରୀ କହିଥିଲେ | ହେଲେ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ପୀଡିତାଙ୍କ ମୃତ୍ୟୁ ହେବା ପରେ କ୍ଷତିପୂରଣ ଦାବିରେ ପରିବାର ସଦସ୍ୟ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି |

ପୀଡିତାଙ୍କ ବାପାଙ୍କ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ତାଙ୍କ ମା’ ବହୁତ କଷ୍ଟରେ ଝିଅକୁ ପାଠପଢାଇ ମଣିଷ କରିବାକୁ ପ୍ରୟାସ କରୁଥିଲେ । ପରିବାର ଏବେ ଅସହାୟ ହୋଇଥିବାରୁ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । ଅନ୍ୟପଟେ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତ ନୀଳେଶ ସାହୁକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ