Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭାରେ ପାସ ହେବ ନୂଆ ବିଲ୍; ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା

ଭୁବନେଶ୍ୱର;୯|୧୨: ବିଧାନସଭା ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିବା ବେଳେ ବିଧାନସଭାରେ ଏକ ନୂଆ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଛି ଏବଂ ଏହି ବିଲ୍କୁ ପାସ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଉଛି | ତେବେ ସେହି ବିଲ ହେଉଛି ପୂର୍ବତନ ବିଧାୟକଙ୍କ ସମେତ ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଆଉ ଉପ-ବାଚସ୍ପତିଙ୍କ ଦରମା, ଭତ୍ତା ଏବଂ ପେନସନ୍ ବଢାଇବା। ଏନେଇ ବିଧାନସଭାରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ତେବେ ଏହାକୁ ନେଇ ପୂର୍ବରୁ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି କରିବା ପାଇଁ ଉଭୟ ଶାସକ ଏବଂ ବିରୋଧୀଙ୍କ ସ୍ୱର ଏକ ହୋଇଥିଲା । ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବାରୁ ଦରମା ବୃଦ୍ଧି ସପକ୍ଷରେ ଜଣକ ପରେ ଜଣେ ବିଧାୟକ ଏବଂ ପୂର୍ବତନ ବିଧାୟକ ମଧ୍ୟ ଦାବି କରିଥିଲେ । ଏହାପରେ ଏହାକୁ ଦେଖି ଏ ସମ୍ପର୍କରେ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ନୃସିଂହ ସାହୁ କହିଥିଲେ, ପୂର୍ବତନ ବିଧାୟକମାନେ ନିଜର ଖର୍ଚ୍ଚ ବାବଦକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବିଧାୟକଙ୍କ ପରିସ୍ଥିତି ଏପରି ହୋଇଛି ଯେ ସେମାନେ ମୂଲ ଲାଗୁଛନ୍ତି । ତେଣୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ । ଏହାସହ ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି । ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ସେ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ନିଜେ ସେ ଦାବିକୁ ପୂରଣ କରନ୍ତୁ ବୋଲି ସେ କହିଛନ୍ତି |

ବର୍ତ୍ତମାନ ଓଡ଼ିଶାର ବିଧାୟକମାନଙ୍କର ଦରମା ୩୫ ହଜାର ଟଙ୍କା ଥିବା ବେଳେ, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଏହାସହ ତାଙ୍କୁ ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ଆଉ ଏହାପରେ ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ