Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bihar Mysterious Device: ଆକାଶରୁ ଖସିଲା ଜଳୁଥିବା LED ବଲ୍‌ବ ଲାଗିଥିବା ଯନ୍ତ୍ର, ‘ମେଡ୍‌ ଇନ୍‌ କୋରିଆ’ ଲେଖାକୁ ନେଇ ଚର୍ଚ୍ଚା

ବିହାର: ବିହାରର ସମସ୍ତିପୁର ଜିଲ୍ଲାର ବିଭୂତିପୁର ଥାନା ଅଞ୍ଚଳର ବେଲସଣ୍ଡି ଡିହ ଗାଁରେ ଆକାଶରୁ ଏକ ଅଜଣା ଯନ୍ତ୍ର ଖସିବା ପରେ ଗାଁରେ ଆଲୋଡ଼ନ ସୃଷ୍ଟି ହୋଇଛି। ଯନ୍ତ୍ରଟିରେ ଏକ LED ବଲ୍‌ବ ଜଳୁଥିବା ବେଳେ ଏଥିରେ ‘Made in Korea’ ଲେଖା ରହିଥିଲା। ଏହା ସହ ପାରାଶୁଟ୍‌ ଭଳି ଏକ ଲମ୍ବା ସୂତା ମଧ୍ୟ ଲାଗିଥିଲା। ଅଜଣା ଯନ୍ତ୍ରଟିକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ସୂଚନା ଦେଇଥିଲେ।

ଖବର ପାଇ ଡାଏଲ୍‌ ୧୧୨ର ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯନ୍ତ୍ରଟିକୁ ନିଜ ହେପାଜତକୁ ନେଇଥିଲା। ପ୍ରାଥମିକ ଆକଳନ ଅନୁସାରେ, ଏହା ବାୟୁମଣ୍ଡଳର ସ୍ଥିତି ଯାଞ୍ଚ କରିବା ପାଇଁ ପାଣିପାଗ ବିଭାଗ ବ୍ୟବହାର କରୁଥିବା ଏକ ଉପକରଣ ହୋଇପାରେ। ଏଭଳି ଉପକରଣ ବାୟୁମଣ୍ଡଳର ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଏ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ତେବେ ଯନ୍ତ୍ରଟି ପ୍ରକୃତରେ କେଉଁ କାମରେ ବ୍ୟବହୃତ ହୁଏ ଏବଂ ଏହା କେଉଁଠାରୁ ଆସିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର ସ୍ପଷ୍ଟ କାରଣ ନିଶ୍ଚିତ କରିବା ପାଇଁ ଯାଞ୍ଚ କରାଯିବ। ତଦନ୍ତ ପରେ ହିଁ ଯନ୍ତ୍ରଟିର ଉତ୍ସ ଓ ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories