ଘରୋଇ ହସ୍ପିଟାଲ ଗୁଡିକରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ
ଭୁବନେଶ୍ୱର,୯|୧୨: ଦିନକୁ ଦିନ ସିଜେରିଆନ ଡେଲିଭରୀ ସଂଖ୍ୟାରେ ବୃଦ୍ଧି ଘଟୁଛି | ତେବେ ଘରୋଇ ହସ୍ପିଟାଲ ଗୁଡିକରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ ୫ବର୍ଷରେ ରାଜ୍ୟରେ ସର୍ବ ମୋଟ୍ ୩୦ଲକ୍ଷ ୮ହଜାର ୩୮୩ଟି ପ୍ରସବ ହୋଇଛି | ସେଥି ମଧ୍ୟରୁ ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ଲକ୍ଷ ୬୯ହଜାରରୁ ଅଧିକ ପ୍ରସବ ହୋଇଥିବା ବେଳେ ସରକାରୀ ହସ୍ପିଟାଲରେ ୧୯ଲକ୍ଷ ୫୯ହଜାର ୯୧୮ନର୍ମାଲ ଡେଲିଭରୀ ହୋଇଛି।
ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ୪ଲକ୍ଷ ୯ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି । ସେଥିରୁ ଘରୋଇ ହସ୍ପିଟାଲରେ ୧ଲକ୍ଷ ୪୮ହଜାର ୨୪୨ନର୍ମାଲ ଡେଲିଭରୀ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଏକଥା କହିଛନ୍ତି |

