Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକାଠି ହୋଇ ନାଚିଲେ ରାଜନେତା ; ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ ;୯|୧୨: ଭାଇରାଲ ହେଉଛି ଭିଡିଓ | ଏଠି ଖୁସିରେ ନାଚୁଛନ୍ତି ରାଜନେତା | ସଂସଦରେ ଶତ୍ରୁ କିନ୍ତୁ ବାହାରେ ହେଉଛନ୍ତି କୋଳା କୋଳି। ଗୋଟିଏ ମଞ୍ଚରେ ଏକାଠି ଅଣ୍ଟା ହଲେଇ ନାଚିଲେ ବିଜେପି ସାଂସଦ କଙ୍ଗନା ରାଣାୱତ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଏନସିପି ସାଂସଦ ସୁପ୍ରିୟା ସୁଲେ। ରାଜନୀତିରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଏହି ରାଜନେତାମାନେ ଆଜି ଏକାଠି ହୋଇ ନାଚୁଛନ୍ତି | ସୂଚନା ଅନୁଯାଇ ଏହି ସାଂସଦ ମାନଙ୍କୁ ଶିଳ୍ପପତି ତଥା ସାଂସଦ ନବୀନ ଜିନ୍ଦଲଙ୍କ ଝିଅଙ୍କ ବିବାହରେ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡ଼ିଓଟିରେ ଦେଖିବାକୁ ମିଳିଛି ଯେ , ନବୀନଙ୍କ ଝିଅଙ୍କ ବିବାହରେ ମଞ୍ଚ ଉପରେ ଏହି ତିନି ସାଂସଦ ଏକାଠି ହୋଇଛନ୍ତି। କଙ୍ଗନା ରାଣାୱତ, ମହୁଆ ମୋଇତ୍ରା ଏବଂ ସୁପ୍ରିୟା ସୁଲେ ତିନିଜଣ ବଲିଉଡର ଓମ୍ ଶାନ୍ତି ଓମ୍ ଗୀତରେ ନାଚୁଛନ୍ତି। ଏହି ଭିଡ଼ିଓରେ ନବୀନ ଜିନ୍ଦଲ ମଧ୍ୟ ମଝିରେ ଠିଆ ହୋଇ ନାଚୁଥିବାର ଦେଖାଯାଉଛି। ତେବେ ଏହାର କିଛିଦିନ ପୂର୍ବରୁ କଙ୍ଗନା ରାଣାୱତ ନିଜର ସୋସିଆଲ ମିଡିଆରେ ନୃତ୍ୟ ଅଭ୍ୟାସର ଫଟୋ ସେୟାର କରିଥିଲେ। ଏଥିରେ ନବୀନ ଜିନ୍ଦଲ, ମହୁଆ ମୋଇତ୍ରା ଏବଂ ସୁପ୍ରିୟା ସୁଲେଙ୍କ ସହ ନୃତ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଥିଲା। କଙ୍ଗନା ପୋଷ୍ଟର କ୍ୟାପସନରେ ଲେଖିଥିଲେ, “ସାଥି ସାଂସଦଙ୍କ ସହିତ ଏକ ଫିଲ୍ମି ମୁହୂର୍ତ୍ତ।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ