Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଆଂଚଳିକ ଉଚ୍ଚ ବିଦ୍ୟା ପିଠରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ କେନଝିରିଆପାଲି ଠାରେ ତମାଖୁ ମୁକ୍ତ ବିଦ୍ୟାଳୟ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ସଭାପତିତ୍ୱ କରିଥିଲେ I ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟର କିପରି ହାନି ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ I ବୀରମହାରାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜୁଏଡ଼ ତମାଖୁ ସେବନ ଦ୍ୱାରା କର୍କଟ ଆଦି ରୋଗ ହେଉଥିବାର ଛତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ ଶପଥ ପାଠ କରାଇଥିଲେ l ନିଜନିଜ ପରିବାର ତଥା ପଡୋଶୀ ରେ ସଚେତନତା ସୃଷ୍ଟି କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମ ରେ ଆଶାକର୍ମୀ ମୈଥିଲି ମେଣ୍ଡିଲି ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଗଦିଶ ପଧାନ, ମୀନକେତନ ରଣା , କର୍ମଚାରୀ ସତ୍ୟନାରାୟଣ ରାଜହଂସ, ସିଦ୍ଧେଶ୍ୱର ମେଣ୍ଡିଲି , ଚିତ୍ତରଞ୍ଜନ ପଧାନ, ସରୋଜ ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ତମାଖୁ ବର୍ଜନ କରିବା ପାଇଁ ଶପଥ ପାଠ କରିଥିଲେ I ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଛାତ୍ରଛାତ୍ରୀ ମାନେ ପ୍ଲା କାର୍ଡ ଧରି ତମାଖୁ ସେବନ ରୁ ନିବୃତ ହେବାପାଇଁ ଏକ ରାଲି କରି ସଚେତନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ