Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଘମୁଣ୍ଡାରେ କଳାକାର ଓ ସାଂସ୍କୃତିକ ଐତିହ୍ୟ ଉନ୍ନତି ପାଇଁ ବୈଠକ ପଶ୍ଚିମ ଓଡ଼ିଶା ସ୍ତରର କଳାକାର ସମିତି ଗଠନକୁ ନେଇ ନିଷ୍ପତ୍ତି

ଝାରସୁଗୁଡ଼ା ୧୦/୧୨(ଓଡିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଆଦର୍ଶ ସମାଜ ସମିତି ଆନୁକୁଲ୍ୟରେ ବାଘମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେଲା । ଉକ୍ତ ବୈଠକରେ ସମାଜରେ ପରମ୍ପରାଗତ କଳା ସଂସ୍କୃତି, ଐତିହ୍ୟ ଓ କଳାକାର ମାନଙ୍କ ଜୀବନ ଧାରା ଉନ୍ନତି ପାଇଁ ଆଲୋଚନା ହୋଇଥିଲା ।
ଆଦର୍ଶ ସମାଜ ସମିତିର ସଭାପତି ତରଣିସେନ ପୋଢଙ୍କ ଅଧ୍ୟକ୍ଷତା ଏବଂ ଲଖନପୁର ଲୋକ ମହୋତ୍ସବ (ତିହାର) କମିଟି ସହଯୋଗରେ ଆୟୋଜିତ ବୈଠକରେ ପଶ୍ଚିମ ଓଡ଼ିଶାର ସୁଖ୍ୟାତ ସଂଚାର ବାଦକ ପଞ୍ଚୁଲାଲ ବିଶ୍ୱାଳଙ୍କୁ ବିଶେଷ ଅତିଥି ଭାବେ ଆମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।
ପ୍ରାରମ୍ଭରେ ପରମ ପୂଜ୍ୟ ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରିଥିଲେ ।
୨୦୨୬ ରେ ହେବାକୁ ଥିବା ଲଖନପୁର ସପ୍ତଦଶ ଲୋକ ମହୋତ୍ସବରେ ପଶ୍ଚିମ ଓଡ଼ିଶା କଳାକାର ମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ ପାଇଁ ଲୋକ ମହୋତ୍ସବ କମିଟି ର ସଭାପତି ପୀତାମ୍ବର ମିଶ୍ର ପ୍ରସ୍ତାବ ଆଗତ କରିଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା ହୋଇ ପାରିତ ହୋଇଥିଲା। ଏଥିସହ କଳାକାର ଭତ୍ତା ବୃଦ୍ଧି, ପ୍ରତିଭାବାନ କଳାକାରଙ୍କ ବୟସ ସୀମା କୋହଳ କରିବା, ସେମାନଙ୍କ ଝିଅ ବିବାହ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା, ଶିକ୍ଷା ସୁବିଧା ଯୋଗାଇବା, ସ୍ୱାସ୍ଥ୍ୟ ଓ ସରକାରୀ ଆବାସ ସୁବିଧା ପ୍ରଦାନ କରିବା ସହ ସରକାରୀ ଓ ବେସରକାରୀ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ କରା ଯାଇଥିଲା।
ଉକ୍ତ ବୈଠକରେ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ଜିଲ୍ଲା ଅନୁସୂଚିତ ଜାତି–ଜନଜାତି କ୍ରିୟାନୁଷ୍ଠାନ କମିଟି ପ୍ରତିନିଧି ସୁରୁ ଦେହରିଆ, ହେମନ୍ତ ଜୟପୁରିଆ,ନିମାଇଁ ଚରଣ ବାଗ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ
ପଲସଦା, ମହାସିଂ, ସମରବଗା, ବାସେନପାଲି, ଗୁମାଡେରା, ବିଜାପାଲି, ଅଙ୍କୁଲି ଓ ବାଘମୁଣ୍ଡା ଆଦି ଗ୍ରାମରୁ ଲକ୍ଷ୍ମୀନାରାୟଣ କୁସୁମ, ଦେବାନନ୍ଦ କୁସୁମ, ନ୍ରୁପଲାଲ ବେସନ, ଭୋଜରାଜ ଗର୍ଡିଆ, ମକରଧ୍ବଜ କରାଲି, ତପେଶ୍ୱର ଜୟପୁରିଆ, ଢାଲେଶ୍ୱର ସିଂ, ସୁଗ୍ରୀ ସିଂ, କୈଳାସ ସିଂ, କରୁଣାକର ସିଂ, ଧର୍ମେନ୍ଦ୍ର ଛଞ୍ଚାଣ, ବାଲି ସିଂ, ସୁବ୍ରତ ତାଣ୍ଡି ପ୍ରମୁଖଙ୍କ ସହ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଅଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ମଧ୍ୟରେ କ୍ଷମାଶୀଳ ପଧାନ, ଭେସଜ କାଲୋ, ପ୍ରଫୁଲ୍ଲ ପସାୟତ, ଅଏବନ ବନଛୋର, ମକତିରି ଭଁଏସାଲ, ଜଗଦିଶ ବନଛୋର, ଶଶିଭୁଷଣ ଧୁରୁଆ, ସହଦେବ ଧୁରୁଆ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲା । ଶେଷରେ ବରିଷ୍ଠ କଳାକାର ଦେବାଧି ପଧାନ ଧନ୍ୟବାଦ ଅର୍ପଣ ସହ ସଭାର ପରିସମାପ୍ତି ଘୋଷଣା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ