Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮ତମ ବାର୍ଷିକ ଉତ୍ସବ ଉଦଯାପିତ ଗ୍ରାମ୍ୟ ଶିକ୍ଷା ରାଷ୍ଟ୍ର ଉନ୍ନତିର ମୂଳ ଆଧାର”- ମନ୍ତ୍ରୀ ସୁରେଶ ପୂଜାରୀ

ଝାରସୁଗୁଡ଼ା ୧୦/୧୨ (ଓଡ଼ିଶା ନ୍ୟୁଜ୍) ଝାରସୁଗଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ୩୮ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇ ଯାଇଛି ।
ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ ସା ଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ । ପ୍ରଥମେ ମହିମା କଲେଜର ପ୍ରତିଷ୍ଠାତା ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ତାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ,ମହିମା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମହିମା ସାଂସ୍କତିକ ପରିଷଦ ର କଳାକାର ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ଅଧ୍ୟକ୍ଷ ଶ୍ରୀ ସା କ୍ରୀଡ଼ା ବୀବରଣୀ ପଠନ କରିଥିବା ବେଳେ ଅଧ୍ୟାପକ ରୋହିତ କୁମାର ପାଢ଼ୀ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ଉଦବୋଧନରେ କହିଥିଲେ ଯେ,“ଗ୍ରାମ୍ୟ ଶିକ୍ଷା ହେଉଛି ରାଷ୍ଟ୍ର ଗଠନର ପ୍ରଥମ ମାନଦଣ୍ଡ । ଏହି ଅଞ୍ଚଳରେ ଶିକ୍ଷା ରୂପକ ଆଲୋକର ଦୀପ ପ୍ରଜ୍ଜ୍ଵଳିତ କରିବାରେ ମହିମା ମହା ବିଦ୍ୟାଳୟର ମୁଖ୍ୟ ଭୂମିକା ରହିଛି । ଛାତ୍ରଛାତ୍ରୀ ମାନେ କେବଳ ଯେ, ପାଠାଶାଳାରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଅନୁଶାସନ ଓ ଦୃଢ଼ ସଂକଳ୍ପ ନେବା ଅତ୍ୟାବଶ୍ୟକତା ରହିଛି ବୋଲି କହିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଯାହା ଆନୁସାଙ୍ଗିକ ବ୍ୟବସ୍ଥାର ଆବଶ୍ୟକତା ରହିଛି, ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ କଲେଜରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ନିମନ୍ତ୍ରିତ ଅତିଥିଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା।
ଶିକ୍ଷା ଅଧ୍ୟାପକ ମିତ୍ରଭାନୁ ସେଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ
କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁ, ଅଧ୍ୟାପିକା ତନୟା ଗରୁଡ଼,ଅକ୍ଷୟ ପ୍ରଧାନ, ଅଶ୍ବିନ ସାହୁ, ଅତୁଲ୍ଯ ପ୍ରଧାନ, ଉସତରାମ ପଧାନ, ଚନ୍ଦ୍ରଶେଖର ବେହେରା, ସନ୍ତୋଷିନୀ ପବିଆ, ହୃଷିକେଶ ବିଶି, ରମ୍ଯତା ଭୋଇ, ଅପର୍ଣ୍ଣା ସାହୁ,ସୌମ୍ଯାରାଣୀ ପ୍ରଧାନ, ତରଙ୍ଗିନୀ ପଧାନ, ଶୁଭଶ୍ରୀ ତ୍ରିପାଠୀ, ସୀମା ସା, ସ୍ମରଣିକା ଦେବତା, ଭାରତୀ ବାରିକ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ