Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପଣ ବି ଯାଉଛନ୍ତି କି ରୋମିଓ ଲେନ କ୍ଲବ? ଯିବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ…..

ଭୁବନେଶ୍ୱର,୧୦|୧୨: ଆପଣ ବି ଭୁବନେଶ୍ୱର କାନନ ବିହାରରେ ଥିବା ରୋମିଓ ଲେନ ଯାଉଛନ୍ତି କି? ଯଦି ଯାଉଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ | ମହଙ୍ଗା ପଡିପାରେ ଆପଣଙ୍କୁ ରୋମିଓ ଲେନ ଯିବା | ଏକଥାକୁ ପ୍ରମାଣ କରୁଛି ଗତ ଶନିବାର ଗୋଆର ଉତ୍ତର ଗୋଆର ଆରପୋରା ସ୍ଥିତ ରୋମିଓ ଲେନ ନାଇଟ୍ କ୍ଲବ୍‌ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣା | ଯେଉଁଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଆ ପୋଲିସ ମୁଖ୍ୟ ଆଲୋକ କୁମାରଙ୍କ ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଥିଲା, ଅତି କମରେ ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେଉଁଥିରେ କ୍ଲବ୍ ର କିଛି କର୍ମଚାରୀଙ୍କ ସମେତ କିଛି ପର୍ଯ୍ୟଟକ ଏବଂ ଆଉ କିଛି ଲୋକଙ୍କ ମୃତ ହୋଇଥିବାର ସୂଚନା ରହିଛି |

ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଥିଲା ପୋଲିସ । ଏହି ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ପୋଲିସ ଦୁଇ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୋଲିସ୍ ଦିଲ୍ଲୀସ୍ଥିତ ଲୁଥ୍ରାଙ୍କ ବାସଭବନ ଉପରେ ଚଢ଼ାଉ ମଧ୍ୟ କରିଥିଲା। କିନ୍ତୁ ତା ପୂର୍ବରୁ କ୍ଲବର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଦେଶ ଛାଡ଼ି ଚାଲି ଯାଇଛନ୍ତି ବୋଲି ଜଣା ପଡିଛି । ଇଣ୍ଡିଗୋ ବିମାନ ଯୋଗେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡର ଫୁକେଟକୁ ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ସାରା ଦେଶରେ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହେଉଥିବା ସମସ୍ୟା ଚାଲିଥିବା ବେଳେ ଲୁଥ୍ରା ବ୍ରଦର୍ସ କିପରି ଭାବରେ ଇଣ୍ଡିଗୋରେ ଫେରାର ହେଲେ ତାହା ଏବେ ବଡ ପ୍ରଶ୍ନବାଚୀ ? ପ୍ରକୃତରେ ଲୁଥ୍ରା ବ୍ରଦର୍ସଙ୍କ ଫେରାର ହେବ ଘଟଣାରେ କିଏ ସହଯୋଗ କରୁଛି ?

ସୂଚନା ଅନୁସାରେ, ଲୁଥ୍ରା ବ୍ରଦର୍ସଙ୍କ ମାଲିକାନାରେ ଥିବା ଅନ୍ୟ ଏକ କ୍ଲବ୍‌ ମଧ୍ୟ ବେଆଇନ ଭାବେ ନିର୍ମାଣ ହୋଇଛି। କୌଣସି ଅଗ୍ନି ନିର୍ବିପାକ ସୁରକ୍ଷା କିମ୍ବା ଅନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ଗୋଆର ଭ୍ୟାଗେଟର ବିଚ୍‌ରେ ଏହି କ୍ଲବ୍‌ଟି ଅବସ୍ଥିତ ଏବଂ ଏହା ଏକ ସରକାରୀ ଜମିରେ ନିର୍ମାଣ ହୋଇଛି। ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋଷ୍ଟାଲ ଜୋନ୍‌ ରେଗୁଲେଟୋରି ବୋର୍ଡ ଏବଂ ଟାଉନ ଆଣ୍ଡ କଣ୍ଟ୍ରି ପ୍ଲାନିଂ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ସାମାଜିକ କର୍ମୀ ରବି ହରମଲକର ମଧ୍ୟ ଲୁଥ୍ରା ବ୍ରଦର୍ସଙ୍କଠାରୁ ଧମକ ପାଇଛନ୍ତି। ଶେଷରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ କ୍ଲବ୍‌ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରି ବେଆଇନ ଭାବେ ଏହି କ୍ଲବ୍‌ ଏବେ ପର୍ଯ୍ୟନ୍ତ ଚାଲୁଥିଲା

ତେବେ ରୋମିଓ ଲେନ ର ଏକ କ୍ଲବ ଭୁବନେଶ୍ଵରରର କାନନ ବିହାରରେ ରହିଛି | ଏହାର ମଧ୍ୟ ଲୁଥ୍ରା ଭାଇ- ଗୌରବ ଓ ସୌରଭ ଲୁଥ୍ରା ଏହାର ମାଲିକ ରହିଛନ୍ତି | ଗୋଆର ରୋମିଓ ଲେନ ଅଗ୍ନିକାଣ୍ଡ ଘଟଣା ପରେ ଏବେ ଭୁବନେଶ୍ୱରର ରୋମିଓ ଲେନକୁ ଯିବାକୁ ଲୋକେ ଭୟ କରୁଛନ୍ତି | ଗୋଆ ଭଳି ସମସ୍ୟା ଏଠାରେ ମଧ୍ୟ ଭୋଗିବାକୁ ଯେ ନ ପଡିବ ତାହା କିଏ କହିବ ? କେବଳ ଯେ ଏହି କ୍ଲବ ନୁହେଁ ଅନେକ କ୍ଲବକୁ ହଜାର ହାଜର ଲୋକ ନିଜ ବ୍ୟସ୍ତ ବହୁଳ ଜୀବନରୁ ସ୍ୱଳ୍ପ ସମୟ କାଢି ଟିକେ ଗୀତ ସହ ଡ୍ୟାନ୍ସ କରି ଜୀବନକୁ ଉପଭୋଗ କରିବାକୁ ଯାଇଥାନ୍ତି | ତେବେ ଏତେ ସଂଖ୍ୟାରେ ଲୋକ କ୍ଲବକୁ ଯାଉଥିଲା ବେଳେ କ୍ଲବ ଗୁଡିକର ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ?

ବର୍ତ୍ତମାନ ଗୋଆର ଏହି ଅଗ୍ନିକାଣ୍ଡ ଘଟଣାରେ କ୍ଲବ୍ ଜେନେରାଲ ମ୍ୟାନେଜରଙ୍କ ସମେତ ଚାରି ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ଏହା ସହିତ ପୁଲିସ ଲୁଥ୍ରା ଭାଇ- ଗୌରବ ଓ ସୌରଭ ଲୁଥ୍ରାଙ୍କ ବିରୋଧରେ ଓ୍ବାରେଣ୍ଟ ଓ ଲୁକଆଉଟ ସର୍କୁଲାର ଜାରି କରିଥିଲା । କିନ୍ତୁ ସେମାନେ ଇଣ୍ଡିଗୋ ବିମାନରେ ଥାଇଲାଣ୍ଡ ଫେରାର ହୋଇଯାଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ