Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ରେ ବରିଷ୍ଠ ନାଗରିକ ଙ୍କ ପରିଚୟ ପ୍ରଦାନ ଓ ସାଧାରଣ ବୈଠକ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତାର ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ସଂଗଠନ ସଦସ୍ୟ ସଦସ୍ୟା ମାନଙ୍କର ପରିଚୟ ପତ୍ର ବଣ୍ଟନ ବୈଠକ ତଥା ସାଇବର୍ କ୍ରାଇମ୍ ଉପରେ ଏକ କର୍ମଶାଳା କରା ଯାଇଥିଲା । ବୈଠକ ରେ ସଭାପତିତ୍ଵ କରିିଥିଲେ ଉପସଭାପତି କେଶବ ପଧାନ, ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଉପଖଣ୍ଡ ପୋଲିସ୍‌ ଅଧିକାରୀ ହେମନ୍ତ ରାଓ , ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାଢୀ , ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ , କୋଷାଧ୍ୟକ୍ଷ ଦୟାନିଧି ହୋତା ଯୋଗ ଦେଇଥିଲେ । ସମ୍ପାଦକ ଘାସିରାମ ମଲ୍ଲିକ୍ ଙ୍କ ତତ୍ବାବଧାନରେ ସଭାକାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟ କରାଯାଇଥିଲା । ମଞ୍ଚ ପରିିଚାଳନା କରିଥିଲେ ଅକ୍ଷୟ କୁମାର ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ମୂରାରୀ କୁମାର ମିଶ୍ର । ଏଥିରେ ୭୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏସ୍‌ଡିପିଓ ଶ୍ରୀରାଓ ସାଇବର କ୍ରାଇମ୍ ଉପରେ ସମସ୍ତଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ରତ୍ନାକର ପଧାନ, ଗଙ୍ଗାଧର ଚୈ।ଧରୀ , ଗଙ୍ଗାଧର ସାହୁ , ଶେଷ ପଧାନ , ଷଷ୍ଠୀ ଗାଈଗରିଆ , ହେମନ୍ତ ମେହେର ,ରତ୍ନାକର ବିଶ୍ୱାଳ, ନବୀନ କିଶୋର ବିଶ୍ୱାଳ, ତରଣି ସେନ ପଧାନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ