ବଢ଼ିଲା ରୂପାର ଦର; ଦିନକରେ ୯ ହଜାର ଟଙ୍କା ବୃଦ୍ଧି ; ଶସ୍ତା ହେଲା ସୁନା
ନୂଆଦିଲ୍ଲୀ;୧୦|୧୨:ସୁନା ପରେ ଏବେ ରୂପା ଦରରେ ଦେଖିବାକୁ ମିଳିଛି ପରିବର୍ତ୍ତନ | ମହଙ୍ଗା ହୋଇଯାଇଛି ରୂପା । ଗୋଟେ ଦିନରେ ରୁପା ଦର ୯ ହଜାର ଟଙ୍କା ବୃଦ୍ଧି ପାଇଛି । ଏଥିସହ ପ୍ରଥମଥର ପାଇଁ ରୁପା କେଜି ପିଛା ମୂଲ୍ୟ ୨ ଲକ୍ଷ ପାର୍ କରିଛି । ଆଜି ଚେନ୍ନାଇରେ ରୁପା କେଜି ପିଛା ଦର ରହିଛି ୨ ଲକ୍ଷ ୭ ହଜାର ଟଙ୍କା ରହିଛି । ସେହିଭଳି ଦିଲ୍ଲୀରେ ରୁପା ଦାମ ୧ ଲକ୍ଷ ୯୯ ହଜାର ଟଙ୍କା ରହିଛି । ଗହଣାକୁ ବାଦ୍ ଦେଲେ ରୁପାର ବ୍ୟବହାର ମୋବାଇଲ୍ ଓ ବ୍ୟାଟେରି ତିଆରି ସହ ସୋଲାର ପ୍ୟାନେଲre ହେଉଛି । କିନ୍ତୁ ଆବଶ୍ୟକତା ଅନୁସାରେ ବଜାରରେ ରୁପା ଉପଲବ୍ଧ ହେଉ ନାହିଁ ।
ଅନ୍ୟପକ୍ଷରେ ଆଶା କରାଯାଇଛି ଯେ ଆମେରିକା ଶୀଘ୍ର ହିଁ ସୁଧ ହାର ହ୍ରାସ କରିବ । ଏଭଳି ସ୍ଥିତିର ଲାଭ ଉଠାଇବା ପାଇଁ ଲୋକେ ସୁନା ଓ ରୁପାରେ ନିବେଶ କରୁଛନ୍ତି । ଫଳରେ ସୁନା ଭଳି ରୁପାର ଚାହିଦା ବଢ଼ିବା ସହ ଦର ସର୍ବକାଳୀନ ରେକର୍ଡ ମଧ୍ୟ ଭାଙ୍ଗୁଛି। ଚଳିତ ବର୍ଷ ଆରମ୍ଭରେ ରୁପା କେଜି ପିଛା ୧ ଲକ୍ଷ ୩୩୩ ଚଙ୍କା ରହିଥିଲା । ବର୍ଷକ ଭିତରେ ଦର ପ୍ରାୟ ୧ ଲକ୍ଷ ଟଙ୍କା ବଢ଼ିଛି । ଅର୍ଥାତ୍ ରୁପା ଦର ବର୍ଷକରେ ଦୁଇ ଗୁଣ ହୋଇଛି ।
ଆଜି ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନା ଦର ୧ ଗ୍ରାମ ପ୍ରତି ୧୩ ହଜାର ୯ ଟଙ୍କା ରହିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୧ ହଜାର ୯୨୫ ଟଙ୍କା ଥିବାବେଳେ ୧୮ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୯ ହଜାର ୭୫୭ ଟଙ୍କା ରହିଛି।

