ଭାରତରେ ‘ଆମାଜନ’ ର ବଡ଼ ନିବେଶ; ସୃଷ୍ଟି ହେବ ୧୦ ଲକ୍ଷ ନିଯୁକ୍ତି
ଭାରତରେ ଆମାଜନର ବଡ଼ ନିବେଶ | ଆସନ୍ତା ୨୦୩୦ ମସିହା ସୁଦ୍ଧା ଭାରତରେ ଆମାଜନ ପ୍ରାୟ ୩୫ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି। ଯାହା ଦ୍ୱାରା ପ୍ରାୟ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଡିଜିଟାଲ ଇକୋନୋମି, ଆର୍ଟିଫିସିଆଲ ଇଣ୍ଟେଲିଜେନସରେ ରୂପାନ୍ତରଣ ଓ ନିଯୁକ୍ତି ସୃଷ୍ଟି ଦିଗରେ ଏହି ନିବେଶ ଉଦ୍ଦିଷ୍ଟ ହେବ। ତେବେ ଗତ ୧୫ ବର୍ଷ ମଧ୍ୟରେ ଭାରତରେ ଆମାଜନ ୪୦ ବିଲିୟନ ଡଲାର ନିବେଶ କରିସାରିଲାଣି। ଆସନ୍ତା ୨୦୩୦ ସୁଦ୍ଧା ବଡ଼ ନିବେଶ କରିବା ନେଇ ଦିଲ୍ଲୀରେ ଆୟୋଜିତ ହୋଇଥିବା ଆମାଜନର ଏକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଦେଶରେ ଭିତ୍ତିଭୂମିରେ ବିକାଶ, ନିଯୁକ୍ତି ସୃଷ୍ଟି ଦିଗରେ ଏହି ନିବେଶ ସହାୟକ ହେବ ବୋଲି ସୂଚନା ରହିଛି। ଭାରତର ନିବେଶ କରୁଥିବା ଅନେକ ନିବେଶ ଠାରୁ ଏହା ସର୍ବବୃହତ ବିଦେଶୀ ନିବେଶ ହେବ। ଡିଜିଟାଇଜେସନ, ରପ୍ତାନିଭିତ୍ତିକ ଅଭିବୃଦ୍ଧି, ଇ-କମର୍ସ ଏକ୍ସପୋର୍ଟ ଦିଗରେ ବି ଏହି ନିବେଶ ସହାୟକ ହେବ। ଭାରତରେ ଫିଜିକାଲ ଓ ଡିଜିଟାଲ ଭିତ୍ତିଭୂମି, ଫୁଲଫିଲମେଣ୍ଟ ସେଣ୍ଟର, ଟ୍ରାନ୍ସପୋର୍ଟେସନ ନେଟୱର୍କ, ଡାଟା ସେଣ୍ଟର, ଡିଜିଟାଲ ପେମେଣ୍ଟସ୍ ଇନଫ୍ରାଷ୍ଟ୍ରକଚର, ଟେକନୋଲୋଜି ପ୍ଲାଟଫର୍ମରେ ନିଜ ପ୍ରାଧାନ୍ୟକୁ ବିସ୍ତାର କରିଛି ଆମାଜନ। ଆମାଜନ ୧୨ ନିୟୁତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡିଜିଟାଇଜଟଡ କରାଯାଇଥିବାବେଳେ ୨୦ ବିଲିୟନ ଡଲାରର ଇ-କମର୍ସ ଏକ୍ସପୋର୍ଟ କରୁଛି।

