Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନେସ୍କୋର ପର୍ବ ତାଲିକାରେ ସାମିଲ ହେଲା ଦୀପାବଳି; ‘ଏକ୍ସ’ ମାଧ୍ୟମରେ ସୂଚନା ଦେଲେ ମୋଦି

ନୂଆଦିଲ୍ଲୀ ;୧୦|୧୨: ଭାରତୀୟଙ୍କ ପାଇଁ ଖୁସି ଖବର | ଯାହାକୁ ଆମେ ଆମ ସଂସ୍କୃତିରେ ଆଲୋକର ପର୍ବ ବୋଲି କହିଥାଉ | ଦୀପାବଳି ପର୍ବକୁ UNESCO ତାଲିକାରେ ସାମିଲ କରାଯାଇଛି । UNESCO ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ‘ଦୀପାବଳି’ ।ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ‘X’ରେ ସୂଚନା ଦେଇଛନ୍ତି । ‘X’ ରେ ସୂଚନା ଦେବା ସହିତ ନିଜର ଖୁସିକୁ ଜାହିର କରିଛନ୍ତି। ଏହି ଘୋଷଣାଟି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ କରାଯାଇଥିଲା।

ଏହି ବାବଦରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ‘ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ’ । ‘ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ’ । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । ପୋଷ୍ଟରେ କହିଛନ୍ତି ଯେ, ଭାରତ ଏବଂ ବିଶ୍ୱର ଲୋକମାନେ ଏହି ଖବର ପାଇଁ ଉତ୍ସାହିତ ଏବଂ ଗର୍ବିତ। ଆମ ପାଇଁ, ଦୀପାବଳି କେବଳ ଏକ ପର୍ବ ନୁହେଁ, ବରଂ ଆମର ସଂସ୍କୃତି ଏବଂ ମୂଲ୍ୟବୋଧ ସହିତ ଗଭୀର ଭାବରେ ଜଡିତ। ଏହା ଆମର ସଭ୍ୟତାର ଆତ୍ମା।

ଦୀପାବଳି ପର୍ବକୁ ନେଇ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ। ଏହି ପର୍ବକୁ ସମସ୍ତେ ଧୂମଧାମରେ ପାଳନ କରାଯାଏ। ତେବେ ଏହି ସୂଚନା ପରେ ଦେଶରେ ଦୀପାବଳୀର ପାଳନ କରିବାର ମହତ୍ତ୍ୱ ଆହୁରି ବଢ଼ିଯିବ ଏବଂ ଆମ ସଂସ୍କୃତିକୁ ଏକ ନୂଆ ରୂପା ଦେବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ