Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା; ବନ୍ଧା ହେଲେ ପ୍ରିନ୍ସିପାଲ୍‌

ଖୋର୍ଦ୍ଧା,୧୦।୧୨: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ବନ୍ଧାହେଲେ ବୋଲଗଡ କଲେଜର ପ୍ରିନ୍ସିପାଲ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ପରମାନନ୍ଦ କଲେଜର ପ୍ରିନ୍ସିପାଲ ପ୍ରଦୀପ୍ତ କୁମାର ଦାଶଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ କଲେଜର ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ଏବଂ ଫୋନ୍ କଲ୍ କରିବା ଅଭିଯୋଗ ଆଧାରରେ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ପୋଲିସ । ଖାଲି ଯେ ଭଏସ ମେସେଜ ତା ନୁହେଁ କଲେଜରେ କ୍ଲାସ କରିବା ବେଳେ ଫୋନ୍ କରି ଭିଡିଓ କଲ୍ କରିବାକୁ ବାରମ୍ବାର ନିବେଦନ କରୁଥିଲେ ପ୍ରିନ୍ସିପାଲ୍ ଜଣଙ୍କ ।

ସୂଚନା ଅନୁସାରେ, ଗତ କିଛି ମାସ ପୂର୍ବରୁ ବୋଲଗଡ଼ ପରମାନନ୍ଦ କଲେଜର ରସାୟନ ବିଭାଗରେ ଜଣେ ଅଧ୍ୟାପିକା ନିଯୁକ୍ତି ପାଇଥିଲେ। ଅଧ୍ୟାପିକାଙ୍କ ଫୋନକୁ ଉକ୍ତ କଲେଜର ପ୍ରିନ୍ସପାଲ ବାରମ୍ବାର ମେସେଜ କରି ହଇରାଣ କରିଥିଲେ | ତେବେ ଅଧ୍ୟାପିକା ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇବା ପରେ ନିଜ ବାପା-ମା’ଙ୍କୁ ଜଣାଇବା ସହିତ ବୋଲଗଡ଼ ଥାନାରେ ଅଧ୍ୟକ୍ଷଙ୍କ ନାମରେ ଏତଲା ଦେଇଥିଲେ ।

ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରୁଥିଲେ । ଏମିତି କି ଭଏସ୍ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହୁଥିଲେ । ଖାଲି ଯେ, ଭଏସ ମେସେଜ ତା ନୁହେଁ କଲେଜରେ କ୍ଲାସ କରିବା ବେଳେ ଫୋନ୍ କରି ଭିଡିଓ କଲ୍ କରିବାକୁ ନିବେଦନ ମଧ୍ୟ କରୁଥିଲେ ସଂପୃକ୍ତ ପ୍ରିନ୍ସିପାଲ୍ । ଶିକ୍ଷା ଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏ ପ୍ରକାର ଘଟଣା ପରେ ସେ ଝିଅ, ମହିଳାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି | ତେବେ ବୋଲଗଡ଼ ଥାନା ଅଧିକାରୀ ମାମଲା ରୁଜୁ କରି ବୋଲଗଡ ପରମାନନ୍ଦ କଲେଜର ପ୍ରିନ୍ସପାଲ ପ୍ରଦୀପ୍ତ କୁମାର ଦାଶଙ୍କୁ ଗିରଫ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ