ଥମୁନି ଇଣ୍ଡିଗୋର ବିମାନ ଉଡାଣ ସମସ୍ୟା; ଆଜି ଭୁବନେଶ୍ୱରରୁ ୮ ବିମାନ ଉଡାଣ ବାତିଲ
ଭୁବନେଶ୍ୱର;୧୧|୧୨: ଥମୁନି ଇଣ୍ଡିଗୋ ବିମାନ ଉଡାଣ ସମସ୍ୟା | ସରକାରଙ୍କ ଚେତାବନୀ ସତ୍ତ୍ୱେ ବାତିଲ ରହିଛି ବିମାନ ଯାତ୍ରା | ଏହାକୁ ନେଇ ଆଜି ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ସୂଚନା ମିଳିଛି| ସୂଚନା ଅନୁଯାଇ ଆଜି ଇଣ୍ଡିଗୋର ୮ ଟି ବିମାନ ଭୁବନେଶ୍ୱରରୁ ବାତିଲ କରାଯାଇଛି | ଭୁବନେଶ୍ୱରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ସମେତ ଡେରାଡୁନ , ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ମଧ୍ୟ ବିମାନ ବାତିଲ ହୋଇଛି | ଏହି ସୂଚନା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଦେଇଛନ୍ତି|
ଏହା ପୂର୍ବରୁ ଗତକାଲି କେନ୍ଦ୍ର ସରକାର ଇଣ୍ଡିଗୋର ପର କାଟିଥିଲେ ଅର୍ଥାତ ସରକାର ଇଣ୍ଡିଗୋର ୫% ଉଡାଣକୁ ବାତିଲ କରିଥିଲେ | ଏହା ଏକ ବଡ ଇଣ୍ଡିଗୋ ପାଇଁ ଏକ ଚେତାବନୀ ହେବ ବୋଲି ଭାବିଥିଲେ କେନ୍ଦ୍ର ସରକାର | କିନ୍ତୁ ଫଳ କିଛି ମିଳିଲା ନାହିଁ ଏହା ସତ୍ତ୍ୱେ ଇଣ୍ଡିଗୋର ଯାନ୍ତ୍ରିକ ତ୍ରୁଟିରେ କୌଣସି ପରିବର୍ତ୍ତନ ଆସିନାହିଁ ଏହାଦ୍ୱାରା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହାର ସମସ୍ୟାର ସମାଧାନ ବଦଳରେ ଏପଯ୍ୟନ୍ତ ଉଡାଣ ବାତିଲ ରହିଛି |

