Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୃତ ଭାରତ ସ୍କିମରେ ୧୩୦୦ ଷ୍ଟେସନର ବିକାଶ, ଆଧୁନିକୀକରଣ ଲାଗି ୬୦ ହଜାର କୋଟି ପୁଞ୍ଜି ନିବେଶ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୧୧।୧୨: ରେଳ ପ୍ରକଳ୍ପର ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି । କେନ୍ଦ୍ରର ଅମୃତ ଭାରତ ଷ୍ଟେସନ ସ୍କିମରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଷ୍ଟେଶନ ଗୁଡ଼ିକରେ ଭିତ୍ତିଭୂମି ବିକଶିତ କାର୍ଯ୍ୟ ଚାଲିଛି । ଏହି ସ୍କିମରେ ୧୩୦୦ରୁ ଅଧିକ ଷ୍ଟେଶନର ଅପ୍‌ଗ୍ରେଡ କରାଯାଉଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଷ୍ଟେସନ ଗୁଡିକର ବିକାଶ ହେବା ସହ ଅନ୍ୟ ଭିତ୍ତିଭୂମି କ୍ଷେତ୍ରରେ ରେଲ୍‌ୱେର ସଫଳତା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ।

ସେ କହିଛନ୍ତି ଯେ, ଷ୍ଟେଶନର ବିକାଶ ଲାଗି ବିଶ୍ୱର ବିଭିନ୍ନ ଦେଶ ୩ରୁ ୪ ବର୍ଷ ଲାଗି ରେଳ ଟ୍ରାଫିକକୁ ବାତିଲ କରିଥାନ୍ତି। ମାତ୍ର ଭାରତରେ ଅନ୍ୟ ଦେଶ ଅପେକ୍ଷା ଉଭୟ ଯାତ୍ରୀ ସେବା ଏବଂ ବିକାଶ କାର୍ଯ୍ୟକୁ ଏକାସାଙ୍ଗରେ ଆଗକୁ ବଢୁଛି | ସ୍ୱାଧୀନତା ପରଠୁ ପ୍ରଥମ ଥର ଲାଗି ଷ୍ଟେସନଗୁଡ଼ିକର ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଷ୍ଟେସନଗୁଡ଼ିକର ଆଧୁନିକୀକରଣ ଲାଗି ୬୦ ହଜାର କୋଟି ପୁଞ୍ଜି ନିବେଶ ହୋଇଛି। ଏହା ଦ୍ୱାରା ଯାତ୍ରୀମାନେ ବିଶ୍ୱସ୍ତରୀୟ ସେବା ଲାଭ ପାଇପାରିବେ। କୋଭିଡ କଟକଣା ପରଠାରୁ ବର୍ତ୍ତମାନ ଦୈନିକ ହାରାହାରି ଟ୍ରେନ ସେବା ୧୧,୭୪୦ ପର୍ଯ୍ୟନ୍ତ ବଢ଼ିଛି। ଯାହା କୋଭିଡ ପୂର୍ବରୁ ୧୧,୨୮୩ ରହିଥିଲା | ଆରାମଦାୟକ ଦୂର ଯାତ୍ରା ଏବଂ ସ୍ୱଳ୍ପ ଦୂରଗାମୀ ଯାତ୍ରା ଲାଗି ସ୍ୱଦେଶୀ ଭାବେ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନ ଏବେ ପ୍ରସ୍ତୁତ ହୋଇ ରହିଛି। ଏହାର ୨ଟି ରେକ୍‌ ଏବେ ପରୀକ୍ଷଣ କରାଯାଉଛି। ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ମାନଙ୍କ ଲାଗି ୫୮୬୮ ରେଳ ଷ୍ଟେଶନଗୁଡ଼ିକରେ ହ୍ୱିଲ୍‌ ଚେୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିଭଳି ୭୯ଟି ପ୍ରମୁଖ ଷ୍ଟେସନରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ସେବାରେ ୧୯୬ଟି ବ୍ୟାଟେରି-ଚାଳିତ ଯାନ ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଏବଂ ରୋଗୀଙ୍କ ମାନଙ୍କ ରହିଛି ଅନ୍‌ଲାଇନ ଟିକଟରେ ରିହାତି | ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରେଳ ଓଭର୍‌ ବ୍ରିଜ (ଆର୍‌ଓବି ) ଏବଂ ରେଳ ଅଣ୍ଡର ବ୍ରିଜ(ଆର୍‌ୟୁବି) ସଂଖ୍ୟା ୩ ଗୁଣ କରାଯାଇଛି। ୨୦୦୪ରୁ ୨୦୧୪ ମଧ୍ୟରେ ଏହା ୪,୧୪୮ ନିର୍ମାଣ ହୋଇଥିବା ବେଳେ ଗତ ୧୧ ବର୍ଷରେ ୧୩,୬୦୦ ଆର୍‌ଓବି-ଆର୍‌ୟୁବି ନିର୍ମାଣ କରାଯାଇଛି ବୋଲି ରେଳମନ୍ତ୍ରୀ ସେ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ