‘୯’କୋଟି ଦେଲେ ମିଳିବ ଆମେରିକାର ନାଗରିକତ୍ୱ : ଟ୍ରମ୍ପଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୧|୧୨: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଘୋଷଣା କରିଛନ୍ତି | ଦେଶର ନାଗରିକତା ପାଇବା ପାଇଁ ଏକ ନୂଆ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି । ଯାହାର ମୂଲ୍ୟ ୧ ମିଲିଅନ୍ ଡଲାର୍ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ୮ କୋଟି ୯୭ ଲକ୍ଷ ଟଙ୍କା ଦେଲେ ମିଳିବ ଆମେରିକାର ନାଗରିକତ୍ବ । ତେବେ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି ।
ଗତ ଫେବୃଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିସା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। କିନ୍ତୁ ପରେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍ଲାଇନ୍ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ କାର୍ଡ । ଏଥିରୁ ଯେଉଁ ରାଶି ପୁଞ୍ଜି ମିଳିବ ତାହା ୟୁନାଇଟେଡ୍ ଷ୍ଟେଟ୍ସ ସରକାରଙ୍କ ଖାତାକୁ ଯିବ । ଏହି କାର୍ଡ ଦ୍ବାରା ଆମେରିକା ସରକାରଙ୍କ ରାଜସ୍ବକୁ କୋଟି କୋଟି ଟଙ୍କା ଆସିବ ।

