Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେରିବକି କରୋନା! ଏବେବି ଆକ୍ଟିଭ୍ ୪ ଭ୍ୟାରିଆଣ୍ଟ୍

ନୂଆଦିଲ୍ଲୀ: ପୁଣି ଥରେ ଭାରତକୁ ଫେରିବ କି କରୋନା ? ଏହାକୁ ନେଇ ମନରେ ସୃଷ୍ଟି ହେଲାଣି ଭୟ । ବିଭିନ୍ନ ସ୍ଥାନରେ କରାଯାଉଛି କଡାକଡି ଚେକିଂ। ସ୍ଥିତି ଉପରେ ପୁରା ନଜର ରଖିଛି WHO ( ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ )। କରୋନା ମହାମାରୀ ନାଁ ଶୁଣିବା ମାତ୍ରେ ମନରେ କୋକୁଆ ଭୟ ଆସି ଯାଉଛି | ୨୦୨୦ ମସିହାରେ କିଭଳି ଖେଳେଇଥିଲା ଆତଙ୍କ | କେବଳ ଯେ ଓଡିଶା ତା ନୁହେଁ ସାରା ଭାରତ ଏବଂ ବିଶ୍ୱରେ କରୋନା ରଚିଥିଲା ତାଣ୍ଡବ। ପ୍ରତି ଦିନ ଶହ ଶହ ଲୋକଙ୍କ ଜୀବନ ଯାଉଥିଲା ଏଥିରେ। ଘରୁ ବାହାରକୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡୁଥିଲା। ଅର୍ଥ ବ୍ୟବସ୍ଥା ପୁରା ଦୁର୍ବଳ ହୋଇ ଯାଇଥିଲା। ତେବେ ପୁଣି ଥରେ ଆସିବ କି କୋଭିଡ-19? ୨୦୨୦-୨୧ ଭଳି ଆଉ ଥରେ ରଚିବ କି ତାଣ୍ଡବ? ଏମିତି କିଛି ପ୍ରଶ୍ନ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କୁ ଚିନ୍ତାରେ ପକାଇଛି। କରୋନା ମାମଲା ବଢିବା ପରେ ଏବେ ପୁଣି ଡରାଇଲାଣି ଚାଇନା ଭାଇରସ୍ । କିଛି କିଛି ଜାଗାରେ ଏବେ କରୋନା ସମ୍ପର୍କିତ ଘଟଣା ସାମ୍ନାକୁ ଆସିଛି । ଯାହା ଆଗକୁ ଭୟଙ୍କର ହେବ କି ନା ? ତାକୁ ନେଇ ନାନା ଅନୁମାନ ଏବଂ ଆଶଙ୍କା ରହିଛି |

ସୂଚନା ମୁତାବକ, ଏବେ ଭାରତରେ କରୋନାର ୪ଟି ନୂଆ ଭ୍ୟାରିଆଣ୍ଟ୍ ଆକ୍ଟିଭ୍ ରହିଛି । ଏହି ସବୁ ଭ୍ୟାରିଆଣ୍ଟ୍ ହେଲା JN.1, NB.1.8.1, LF.7ଏବଂXFG।JN.1ଭ୍ୟାରିଆଣ୍ଟ୍ ୨୦୨୫ ଆରମ୍ଭରୁ ଦେଶରେ ଆକ୍ଟିବ୍ ଥିଲା । ଏବେ ବି ଏହାର ପ୍ରଭାବ ରହିଛି ।NB.1.8.1, LF.7ଭ୍ୟାରିଆଣ୍ଟ୍ ଅଳ୍ପ କିଛି ରାଜ୍ୟରେ ଦେଖିବାକୁ ମିଳିଥିଲା । ତାଲିକାରେ ତାମିଲନାଡୁ ଏବଂ ଗୁଜରାଟ ରାଜ୍ୟ ସାମିଲ ଥିଲେ । XFG କିନ୍ତୁ ଅଧିକ ରାଜ୍ୟରେ ନିଜର କାୟା ବିସ୍ତାର କରିଥିଲା | ସମସ୍ତ ସବ୍ ଭ୍ୟାରିଆଣ୍ଟ ଉପରେ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନଜର ରଖିଛନ୍ତି । ବର୍ତ୍ତମାନ ୨୦୨୫ ବର୍ଷ ସରୁଥିବାବେଳେ ନୂଆ ଭ୍ୟାରିଆଣ୍ଟ ଅଧିକ ଭୟ ସୃଷ୍ଟି କରୁଛି।

୨୦୨୫ମେ-ଜୁନ ମାସରେ କୋଭିଡ୍ କାୟା ମେଲାଇଥିଲା । ଯାହା ଫଳରେ ଦେଶରେ ପ୍ରତି ଦିନ ନୂଆ ନୂଆ ଆକ୍ଟିଭ୍ ମାମଲା ବଢିଥିଲା । ପ୍ରତିଦିନ ହଜାର ହଜାର ଲୋକେ ପଜିଟିବ୍ ଚିହ୍ନଟ ହେଉଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଜୁନ ମାସରେ ଦିନକୁ ୪୦୦୦କେସ୍ ସାମ୍ନାକୁ ଆସୁଥିଲା। ଯାହା ପରେ କରୋନା ସଂଖ୍ୟା ୭ହଜାରକୁ ଛୁଇଁଥିଲା । ଓମିକ୍ରନ୍ ଭ୍ୟାରିଆଣ୍ଟ ଏକ ସବ୍ ଭ୍ୟାରିଆଣ୍ଟ୍ ଯାହା ପାଇଁ ଏପରି ମାମଲା ବଢୁଥିବା ସେତେବେଳେ ଜଣାପଡିଥିଲା । ୨୦୨୫ରେ କେରଳ, ମହାରାଷ୍ଟ୍ର, ଦିଲ୍ଲୀରେ ସର୍ବାଧିକ ରେକର୍ଡ କରୋନା ପଜିଟିଭ୍ ଚିହ୍ନଟ ହେଉଥିଲେ । ଏବେ କିନ୍ତୁ ଦେଶରେ ଆକ୍ଟିବ୍ କରୋନା ମାମଲା କମ୍ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓମିକ୍ରନ୍ ଉପରେ ତୀକ୍ଷ୍ଣ ନଜର ରଖିଛି ।

JN.1, NB.1.8.1, LF.7ଏବଂXFG ଭ୍ୟାରିଆଣ୍ଟର ଲକ୍ଷଣ ପ୍ରାୟତଃ ସମାନ । ଏ ସମସ୍ତ ଓମିକ୍ରନ୍ ଭଳି ଜ୍ୱର, କାଶ ଏବଂ ଦେହହାତ ବିନ୍ଧା କରାଇଥାନ୍ତି । ଅନେକ ମାମଲାରେ ରୋଗୀ ଗୁରୁତର ହୋଇନଥାନ୍ତି । କିନ୍ତୁ ବୟସ୍କ ଏବଂ ଅନ୍ୟରୋଗ ଥିବା ବ୍ୟକ୍ତି ଏହା ଦ୍ୱାରା ପ୍ରାଣ ହରାଇଥିବା ସମ୍ଭାବନା ରହିଛି । ସୁସ୍ଥ ଲୋକଙ୍କ ପାଖରେ ଏହାର ପ୍ରଭାବ ବିଶେଷ ଭାବରେ ନ ପଡିପାରେ ବୋଲି ଅନୁମାନ କରାଯାଉଛି | କିନ୍ତୁ ଲୋକମାନଙ୍କ ମନରୁ କରୋନାକୁ ନେଇ ଏବେବି ଭୟ ଏବଂ ଚିନ୍ତା ରହିଛି | ଯଦି ଚାଇନାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ବଢ଼ି ଚାଲିବ, ତେବେ ଏହା ନିଶ୍ଚିନ୍ତ ଭାବରେ ଅନ୍ୟ ସମସ୍ତ ଦେଶକୁ ବ୍ୟାପିବ। ତେଣୁ ଏହା ଉପରେ ଏବେଠୁ ନଜର ରଖିଛି WHO । କରୋନା ମହାମାରୀ ଯେଉଁଭଳି ଭାବରେ ଦେଶର ମୂଳଦୁଆକୁ ପ୍ରଭାବିତ କରିଥିଲା ତାହା ସମସ୍ତେ ଜାଣିଛନ୍ତି | ବର୍ତ୍ତମାନ ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ସତର୍କ ରହିବା ନିହାତି ଜରୁରୀ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ