ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର; କମ୍ପାନୀ ତରଫରୁ ବଡ ଘୋଷଣା
ନୂଆଦିଲ୍ଲୀ;୧୧|୧୨: ଆଜି ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋର ୮ ଟି ଉଡାଣ ବାତିଲ କରାଯାଇଥିଲା | ଏହାପରେ ଇଣ୍ଡିଗୋ ତରଫରୁ ଏକ ଘୋଷଣା କରାଯାଇଛି, ଯାହା ବିମାନ ଯାତ୍ରୀଙ୍କ ପାଇଁ ଆସ୍ବସ୍ତିକର ସାବ୍ୟସ୍ତ ହେବ | ଏହା ପୂର୍ବରୁ ଡିସେମ୍ବର ଆରମ୍ଭ ହେବା ମାତ୍ରେ ବିମାନ ଯାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି | ପ୍ରଥମେ ବିମାନ ବାତିଲ୍ ହେଲା, ୪ ଦିନ ଧରି ହଜାର ହଜାର ଯାତ୍ରୀ ନାକେଦମ୍ ହେଲେ । ବିମାନବନ୍ଦରର ସୃଷ୍ଟି ହେଲା ଅସମ୍ଭାଳ ସ୍ଥିତି। ଇଣ୍ଡିଗୋ ହଜାରେରୁ ଅଧିକ ବିମାନ ରଦ୍ଦ କରିବା ପରେ ଯାତ୍ରୀ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ।
ଏହାପରେ DGCA ନେଇଥିଲା ଏକ କଡ଼ା ପଦକ୍ଷେପ । ଡିସେମ୍ବର ୩, ୪ ଓ ୫ରେ ଇଣ୍ଡିଗୋ ତାର ସଂଖ୍ୟାଧିକ ବିମାନକୁ ବାତିଲ୍ କରିଥିଲା । ବିମାନ ବାତିଲ୍ ଦ୍ଵାରା ପ୍ରଭାବିତ ହୋଇଥିବା ଯାତ୍ରୀଙ୍କ ପାଇଁ ଏବେ ବଡ଼ ଘୋଷଣା କରିଛି ଇଣ୍ଡିଗୋ । କମ୍ପାନୀ କହିବା ଅନୁଯାଇ, ପ୍ରଭାବିତ ଯାତ୍ରୀଙ୍କୁ ସରକାରଙ୍କ ନିୟମ ଅନୁସାରେ ୫ ହଜାରରୁ ନେଇ ୧୦ ହଜାର ଟଙ୍କା କ୍ଷତିପୂରଣ ମିଳିବ।
ଏହାସହିତ ଇଣ୍ଡିଗୋ ଏୟାରଲାଇନ୍ ଅତ୍ୟଧିକ ପ୍ରଭାବିତ ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ ଟ୍ରାଭେଲ୍ ଭାଉଚର୍ ଦେବ । ହଠାତ୍ ବାତିଲ୍ ହୋଇଥିବା ଯାତ୍ରୀଙ୍କୁ ମିଳିବ ଟ୍ରାଭେଲ ଭାଉଚର । ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର ଆଗାମୀ ୧୨ ମାସ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ । ଭାଉଚରକୁ ଭାରତରେ କୌଣସି ବି ଇଣ୍ଡିଗୋ ବିମାନ ବୁକିଂ ସହ ଅନ୍ତର୍ଜାତୀୟ ବୁକିଂ ପାଇଁ ବ୍ୟବହାର କରାଯାଇପାରିବ ।
ଇଣ୍ଡିଗୋ କହିଛି, କୌଣସି ଯାତ୍ରୀଙ୍କ ଯାତ୍ରା ଏକାଧିକ ଥର ପରିବର୍ତ୍ତନ କରାଯାଇଥିବା ଯାତ୍ରୀ ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର୍ ପାଇବେ । ଅର୍ଥାତ୍ ଏକାଧିକ ବାର ଉଡ଼ାଣରେ ପରିବର୍ତ୍ତନ ହୋଇଥିବା ଯାତ୍ରୀ, ବିମାନବନ୍ଦରରେ ଘଣ୍ଟା ଘଣ୍ଟା କାଟିଥିବା ଯାତ୍ରୀଙ୍କୁ ମିଳିବ ଅତିରିକ୍ତ ଟ୍ରାଭେଲ୍ ଭାଉଚର।
DGCA ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁସାରେ, ଇଣ୍ଡିଗୋ ଏହି କ୍ଷତିପୂରଣ ଦେଉଥିବା କହିଛି। କମ୍ପାନୀ ଅନୁସାରେ ବିମାନ ଯାତ୍ରାର ଦୂରତା, ଟିକେଟ୍ ଶ୍ରେଣୀ ଏବଂ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ଆଧାରରେ କ୍ଷତିପୂରଣ ଅର୍ଥ ମିଳିବ।

