Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟିଭି ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ଦୁଃଖ ଖବର; ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ

ମୁମ୍ବାଇ: କମେଡି ଶୋ ସାରାଭାଇ ବନାମ ସାରାଭାଇର ଚର୍ଚ୍ଚିତ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବୈଭବୀଙ୍କ ମୃତ୍ୟୁକୁ ନେଇ ସମଗ୍ର ଟେଲିଭିଜନ ଜଗତରେ ଶୋକର ଲହରୀ ଖେଳିଯାଇଛି। ବୈଭବୀଙ୍କ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କ୍ରମରେ ଅଭିନେତା ସତୀଶ ଶାହା, ରୁପାଲି ଗାଙ୍ଗୁଲି ଏବଂ ଦେବନ୍ ଭୋଜାନି ମଧ୍ୟ ବୈଭବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବୈଭବୀ କମେଡି ଶୋ ସାରାବାଇ ବନାମ ସାରାଭାଇରେ ଜସ୍ମିନ୍ ଚରିତ୍ରରେ ବେଶ୍‌ ଜଣାଶୁଣା। ତେବେ ସୂଚନା ଅନୁଯାୟୀ ବୈଭବୀଙ୍କ ନିର୍ବନ୍ଧ ସରିଥିଲା। ଆଉ କିଛି ଦିନ ପରେ ବିବାହ ହୋଇଥାନ୍ତା। ଅଧା ରହିଗଲା ସବୁ ସ୍ବପ୍ନ। ସେ ତାଙ୍କ ଭାବୀ ସ୍ବାମୀଙ୍କ ସହ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିଲେ। କିନ୍ତୁ ସେହି ପାହାଡ଼ ଉପତ୍ୟକାରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ବୈଭବୀଙ୍କୁ ୩୨ ବର୍ଷ ହୋଇଥିଲା ।