ଭୁବନେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ; ଘର ମାଲିକ ଗିରଫ
ଭୁବନେଶ୍ୱର,୧୨|୧୨: ଭୁବନେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ | ଦୁଷ୍କର୍ମ କରିଥିବା ଅଭିଯୁକ୍ତ ହେଉଛନ୍ତି ଘରମାଲିକ | ଘଟଣାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଥିବା ହେତୁ ତାଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଘରେ କେହି ପରିବାର ଲୋକେ ନଥିବା ସମୟରେ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ କରିଥିବା ଜଣାପଡିଛି। ତେବେ ମହିଳା କମିଶନ କ୍ୟାପିଟାଲ ହସ୍ପିଟାଲର ସଖି ୱାର୍ଡକୁ ଯାଇ ନାବାଳିକା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି | ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ଘର ମାଲିକକୁ ଗିରଫ କରିଥିବାର ସୂଚନା ରହିଛି |

