ଜମିରୁ ମିଳିଲା ୫୦ ଲକ୍ଷର ହୀରା, ଭାଗ୍ୟ ଖୋଲିଦେଲା ୨୦୦ ଟଙ୍କା ଲିଜ୍ ପ୍ଲଟ୍
ନୂଆଦିଲ୍ଲୀ,୧୨|୧୨: କଥାରେ ଅଛି ତୁମ ଭାଗ୍ୟରେ ଯାହା ଥିବ ତାହା ମିଳିବାରେ କୌଣସି ବି ସମସ୍ୟା ଆସିଥାଉ ତାହା ମିଳିକି ହିଁ ରହିଥାଏ | କେତେବେଳେ ବି କାହାର ଭାଗ୍ୟ ରେ ଏଭଳି ସୁଯୋଗ ଆସିବା ତାହା କହି ହେବନି | ଭାଗ୍ୟରେ ଥିଲେ ରାତାରାତି ଧନି ପାଲଟି ଯାଆନ୍ତି ବ୍ୟକ୍ତି । ଏମିତି ଅନେକ କଥା ଆମେ ଜେଜେମା କିମ୍ବା ଜେଜେ ବାପାଙ୍କଠାରୁ କାହାଣୀ ମାଧ୍ୟମରେ ଶୁଣିଥାଉ | ତେବେ ବାସ୍ତବରେ କିଛି ଘଟଣା ଏମିତି ଘଟିଛି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ | ଘଟଣାଟି ଘଟିଛି ଆମ ଦେଶ ଭାରତରେ । ମଧ୍ୟପ୍ରଦେଶର ଏକ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ହୀରା ପାଇଛନ୍ତି ପାଇଛନ୍ତି ଦୁଇ ସାଙ୍ଗ | ମାତ୍ର ୨୦୦ଟଙ୍କାରେ ଲିଜରେ ନେଇଥିବା ଏକ ଜମିରୁ ସେମାନଙ୍କୁ୫୦ଲକ୍ଷ ଟଙ୍କା ମୂଲ୍ୟର ହୀରା ମିଳିଛି ।
ରିପୋର୍ଟ ଅନୁସାରେ, ହୀରା ପାଇଥିବା ଦୁଇ ସାଙ୍ଗ ହେଉଛନ୍ତି ରାଣିଗଞ୍ଜ ଅଞ୍ଚଳର ସତିଶ ଖାତିକ୍ ଏବଂ ସାଜିଦ ମହମ୍ମଦ | ସେମାନେ ମଧ୍ୟପ୍ରଦେଶର ପାନ୍ନାରେ ମାତ୍ର ୨୦୦ଟଙ୍କା ଦେଇ ୪୦ସ୍କୋୟାର ମିଟରର ଏକ ଜମି ଲିଜରେ ନେଇଥିଲେ । ତେବେ ଜମିରେ ଖୋଳାଖୋଳି କରିବା ସମୟରେ ସେମାନଙ୍କୁ ୧୫.୩୪କ୍ୟାରେଟର ଏକ ହୀରା ମିଳିଥିଲା । ଯାହାର ଦାମ୍ ପ୍ରାୟ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ପାନ୍ନା ହୀରା ଅଧିକାରୀଙ୍କ କହିବାନୁସାରେ, ସତିସ କ୍ରିଷ୍ଣା କଲ୍ୟାଣପୁର ଏରିଆରେ୩୬ରୁ୪୦ସ୍କୋୟାର ମିଟରର ଏକ ଜମି ଲିଜରେ ନେଇଥିଲେ । ତେବେ ଏଥିପାଇଁ ସେ ମାତ୍ର୨୦୦ଟଙ୍କା ଡିପୋଜିଟ୍ କରିଥିଲେ । ଗତ ୩ସପ୍ତାହ ତଳେ ସେମାନେ ଏହାକୁ ଲିଜରେ ନେଇ ଖୋଳାଖୋଳି କରିଥିଲେ । ଯାହାପରେ ତାଙ୍କ ଏହି ଦୁର୍ଲଭ ପଥର ମିଳିଥିଲା ।
ସୂଚନା ଅନୁସାରେ ସତିଶ ନିଜ ଭଉଣୀଙ୍କ ବିବାହ ପାଇଁ ଏହି ଜମିକୁ ଲିଜରେ ନେଇଥିଲେ । ଦୁଇ ସାଙ୍ଗ ଉଭୟ ବ୍ୟବସାୟ କରନ୍ତି | ସତିଶ ଏକ ଫଳଦୋକାନ ଚଲାଉଥିବା ବେଳେ ସାଜିଦଙ୍କ ସ୍ଥାନୀୟ ଅଞ୍ଚଳରେ ଏକ ଦୋକାନ ଅଛି ।ତେବେ ପୂର୍ବରୁ ସାଜିଦଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ହୀରା ଖନନ କାର୍ଯ୍ୟରେ ସାମିଲ ଅଛନ୍ତି । କିନ୍ତୁ କେବେହେଲେ ସେମାନଙ୍କୁ ହୀରା ମିଳିନଥିଲା । ଏବେ ଉଭୟ ସାଙ୍ଗକୁ ଏହି ଦାମୀ ପଥର ମିଳିବା ପରେ ଉଭୟଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି |

