କେନଝିରିଆ ପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ରେ ଶୁକ୍ରବାର ଦିନ ଶକ୍ତି ସଂରକ୍ଷଣ କ୍ଳବ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଙ୍କ ତତ୍ଵାବଧାନ କ୍ରମେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶକ୍ତି ସଂରକ୍ଷଣ କ୍ଲବ ଦାୟିତ୍ୱ ରେ ଥିବା ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ I ଏହା ପରେ ଶକ୍ତି ସଂରକ୍ଷଣ ବିଷୟରେ ସଚେତନତା କରିବା ପାଇଁ ଏକ ନିକଟସ୍ଥ ଗ୍ରାମକୁ ରାଲି ରେ ବାହାରି ଥିଲେ I ଶକ୍ତି କ୍ଳବ ର ସଦସ୍ୟ , ପ୍ରୀତି ଖୁଣ୍ଟିଆ , ବର୍ଷା ଖେତୀ ଶପଥ ପାଠ କରାଇଥିଲେ I ହେମନ୍ତ ପାତ୍ର ସ୍ଲୋଗାନ ଦେଇଥିଲେ l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଜଗଦିଶ ପଧାନ. , ପ୍ରମୋଦ ପାତ୍ର , ମୀନକେତନ ରଣା , କର୍ମଚାରୀ ସିଦ୍ଧେଶର ମେଣ୍ଡିଲି , ସରୋଜ ଭୁକ୍ତା ପ୍ରମୁଖ ସହଯୋଗ କରିଥିଲେ l

