Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚକlବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ସ୍ଥିତ ଚକାବର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟର୍ ସ୍ତରୀୟ ଶିକ୍ଷା ସଭା ଗମ୍ଭୀର ଓ ଶୃଙ୍ଖଳାବଦ୍ଧ ଭାବେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର୍ ଲୁହା ଯୋଗ ଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ , ବୀରମହାରାଜପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆନୀତା ହୋତା ଏବଂ ବିଶିଷ୍ଟ ଅତିଥି ଭାବରେ ଚମ୍ପାମାଲ ପଞ୍ଚାୟତ ସରପଞ୍ଚ ମହେନ୍ଦ୍ର ଜଗଦଲା ଉପସ୍ଥିତ ଥିଲେ । ସଭାରେ ସଭାପତିତ୍ୱ କରିଥିଲେ ଚକlବର୍ CRCC ନାରାୟଣ ବେହେରା ଓ ସଭା ସଂଯୋଜନା କରିଥିଲେ ଟାଙ୍ଗର୍ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ବଗର୍ତ୍ତୀ l ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ଶିକ୍ଷକ ବିକାଶ ଭୋଇ। ସଭାରେ ଚକାବର୍ କ୍ଲଷ୍ଟର୍ ଅନ୍ତର୍ଗତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରାଯିବା ସହିତ, ଡ୍ରପ ଆଉଟ୍ ରୁ ମୂଖ୍ୟ ସ୍ରୋତ କୁ ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଗଲା। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା FLN ସମ୍ପର୍କିତ TLM ପ୍ରଦର୍ଶନୀ , SIOS ଛାତ୍ର ଛାତ୍ରୀଙ୍କ ପ୍ରଦର୍ଶନୀ,ଏବଂ ଶିକ୍ଷା ସଚେତନତା ପାଇଁ ଗ୍ରାମରେ ଶୋଭାଯାତ୍ରା l ଯେଉଁଥିରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ