Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଧା ବୃତ୍ତି ପରୀକ୍ଷାରେ କଣ୍ଢେଇକେଲା କ୍ଲଷ୍ଟରର ସଫଲତା

ଝାରସୁଗୁଡ଼ା ୧୨/୧୨ (ଓଡ଼ିଶା ନ୍ୟୁଜ୍) ୨୦୨୫ ଶିକ୍ଷା ବର୍ଷର ମେଧାବୃତ୍ତି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଢେଇକେଲା କ୍ଲଷ୍ଟର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ମୋଟ ୮ ଜଣ ଛାତ୍ରଛାତ୍ରୀ ବୃତ୍ତି ଅର୍ଜନ କରି ଅଞ୍ଚଳକୁ ଗର୍ବିତ କରିଛନ୍ତି।
କିରିତମାଲ ୟୁପି ସ୍କୁଲର ପଞ୍ଚମ ଶ୍ରେଣୀର ଦିଶା ପ୍ରଧାନ, ନିକିତା ପଧାନ, ଗୀତିକା ପଧାନ ଓ ରୋଷଣୀ କୋକ ଭଲ ନମ୍ବର ପାଇ ତୃତୀୟ ଶ୍ରେଣୀ ବୃତ୍ତି ଲାଭ କରିଛନ୍ତି । ସେହିପରି, କଣ୍ଢେଇକେଲା ପ୍ରାଥମିକ ବିଦ୍ୟାଳୟର ଚିତ୍ରାକ୍ଷି ପଧାନ (ତୃତୀୟ ଶ୍ରେଣୀ) ଓ ହୃଷୀକେଶ ପଧାନ (ପଞ୍ଚମ ଶ୍ରେଣୀ), ରେମତା ପ୍ରାଥମିକ ବିଦ୍ୟାଳୟର ବବଲି ପଧାନ (ତୃତୀୟ ଶ୍ରେଣୀ) ଏବଂ ସରଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅମିତା ପାଣ୍ଡେ (ପଞ୍ଚମ ଶ୍ରେଣୀ) ମଧ୍ୟ ବୃତ୍ତି ପରୀକ୍ଷାରେ କୃତିତ୍ୱ ଦେଖାଇ ନିଜ ବିଦ୍ୟାଳୟକୁ ଗର୍ବିତ କରିଛନ୍ତି। ଲଖନପୁର ବ୍ଲକର ୨୦ଟି କ୍ଲଷ୍ଟର ମଧ୍ୟରୁ କେବଳ କଣ୍ଢେଇକେଲା କ୍ଲଷ୍ଟରରୁ ସର୍ବାଧିକ ୮ ଜଣ ଛାତ୍ରଛାତ୍ରୀ ବୃତ୍ତି ଅର୍ଜନ କରିଛନ୍ତି।
ଏହି ସଫଳତା ପାଇଁ କ୍ଲଷ୍ଟର ସିଆରସିସି ଶେଷକୁମାର ପଧାନ ଙ୍କ ସହ ଅଞ୍ଚଳର ବିଭିନ୍ନ ଅଗ୍ରଣୀ ସଂଗଠନ ସମ୍ମାନ ଜଣାଇଛି । ସେ ମଧ୍ୟ ମେଧାବୀ ଛାତ୍ରଛାତ୍ରୀ, ଶିକ୍ଷକ ବୃନ୍ଦ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଶ୍ରମ ଓ ଶୃଙ୍ଖଳାବଦ୍ଧତାକୁ ଭୂୟସୀ ପ୍ରଶଂସା କରିଛନ୍ତି । କ୍ଲଷ୍ଟରର ଏହି ଉଲ୍ଲେଖନୀୟ ସଫଳତା ଆଗାମୀ ଦିନରେ ଅଞ୍ଚଳର ଶିକ୍ଷାର ମାନକୁ ଆଉ ଉଚ୍ଚ ସ୍ତରକୁ ନେବାର ଆଶାକୁ ଉଦଯିବିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ