ଜାମଗାଁ ଆଞ୍ଚଳିକ ହାଇସ୍କୁଲr ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ
ଝାରସୁଗୁଡ଼ା ୧୨/୧୨ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଆଞ୍ଚଳିକ ହାଇସ୍କୁଲr ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏହା ପରେ ବିଦ୍ୟାଳୟର ଛାତ୍ର ମାନେ ଏକ ଶୋଭାଯାତ୍ରାରେ ବାହାରି ଗାଁର ଗ୍ରାମ ଦେବୀ ଙ୍କ ପୀଠରୁ ମଶାଲ ଆଣି ଖେଳ ପଡିଆରେ ସ୍ଥାପନ ପରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତା ଉଦଘାଟନୀ ସଭାରେ ସିଆରସିସି ନିଲାମ୍ବର ଅର୍ଗଲ ମୁଖ୍ୟବକ୍ତା ଏବଂ ଏସଏମସି ସଭ୍ୟ ପ୍ରମୋଦ ଗଡତିଆ,ସହକାରୀ ଶିକ୍ଷକ ପ୍ରଦୀପ ଦାସ, କୃଷ୍ଣ ବିହାରୀ ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଵରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ବିଶ୍ୱାଳ ମଞ୍ଚ ସଞ୍ଚାଳନ କରି ଥିବା ବେଳେ ସଂସ୍କୃତ ଶିକ୍ଷକ ଅଶ୍ଵିନୀ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟର ଶାରୀରିକ ଶିକ୍ଷକ ସୁକାନ୍ତ ବାଗ ଖେଳ ପରିଚାଳନା କରିଥିଲେ ଏବଂ ଧନୀରାମ ସା, ଅଶୋକ ପଶାୟତ, ଥଣ୍ଡାରାମ ପଧାନ,ନିମାଇଁ ଧୁରୁଆ, ସୁଶାନ୍ତ ବାରିକ,ସୁରଜ ପଧାନ, ଗୁରୁ ଚରଣ ନାଏକ, କିରଣ ଭୋଇ, ଅଜୟ ରୋହିଦାସ, ବୀଣା ମୁଣ୍ଡା, ଭାରତୀ ମାଝୀ, ପ୍ରାଚୀ ପଧାନ, ଚନ୍ଦନ କାଲୋ, ରୋହିତ ଗଢ଼ୁଆଲ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

