କତରବଗା କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ଓ ଆସ ସ୍କୁଲ ଯିବା ଅଭିଯାନ
ଝାରସୁଗୁଡ଼ା ୧୨/୧୨ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଶିକ୍ଷା ବ୍ଲକ ଅଧୀନ କତରବଗା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଓ ଆସ ସ୍କୁଲ ଯିବା ଅଭିଯାନ ଜାମଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ସିଆରସିସି ନିଳାମ୍ବର ଅର୍ଗଲ ଙ୍କ ଅଧ୍ୟକ୍ଷତା ସଭାରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଜାଳି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉକ୍ତ ସଭାରେ ୱାର୍ଡ ସଭ୍ୟସଭ୍ୟା, ଆଲୁମନି ସଭ୍ୟ ଏବଂ କତରବଗା କ୍ଲଷ୍ଟର ଅନ୍ତର୍ଗତ ୧୨ ଟି ବିଦ୍ୟାଳୟର ଏସଏମସି ସଭାପତି, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ।
ପ୍ରଥମେ ସିଆରସିସି ଶ୍ରୀ ଅର୍ଗଲ ସଭାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଜ୍ଞାପନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇ କୌଣସି କାରଣ ବଶତଃ ଯେଉଁ ଛାତ୍ରଛାତ୍ରୀ ଅଧାରୁ ପାଠ ପଢ଼ା ଛାଡ଼ି ଘରେ ରହୁଛନ୍ତି, ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ପୁର୍ନବାର କିଭଳି ସାମିଲ କରା ଯାଇ ପାରିବ, ଯେଉଁ ମାନେ ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନାହାନ୍ତି ସେଭଳି ପିଲା ମାନଙ୍କୁ ବୟସ ଉପଯୋଗୀ ଶ୍ରେଣୀରେ ନାମ ଲେଖିବା ଆଦି ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ସଜ୍ଜିତ ଚାରୋଟି କୋଣ ଯଥା:- ଏଫ୍ଏଲ୍ଏନ୍, ସି.ଡବ୍ଲୁ.ଏସ.ଏନ , ଏସ.ଆଇ.ଓ.ଏସ ଏବଂ ସ୍କୁଲ୍ ଲିଗାସି କୋଣକୁ ସମସ୍ତେ ପରିଦର୍ଶନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଉସତରାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

