ଭାରତରେ କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି
କୋଲକାତା: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ଭାରତ ଗସ୍ତରେ ଆସିଛନ୍ତି। ତେବେ ସେ ଗତକାଲି ବିଳମ୍ବିତ ରାତିରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ ଓ ତାଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରେ ବହୁ ସଂଖ୍ୟାରେ ଲୋକମାନଙ୍କର ଭିଡ଼ ଜମିଥିଲା।
ସେ ସକାଳ ୯.୩୦ ରୁ ୧୦.୩୦ ମଧ୍ୟରେ ଭିଆଇପିଙ୍କ ସହ ସାକ୍ଷାତ କରିବାର ଯୋଜନା ଥିବାବେଳେ ସକାଳ ୧୦.୩୦ରୁ ୧୧.୧୫ ମଧ୍ୟରେ ତାଙ୍କର ୭୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିର ଉଦଘାଟନ କରିବେ।ତାପରେ ସକାଳ ୧୧.୧୫ ରେ ଯୁବ ଭାରତୀ କ୍ରିରଂଜନ ପାଇଁ ପ୍ରସ୍ଥାନ କରିବେ। ଯେଉଁଠାରେ ଶାହରୁଖ ଖାନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ତାପରେ ଅପରାହ୍ନ ୧୨.୦୦ ରୁ ୧୨.୩୦ ମଧ୍ୟରେ ସେଲିବ୍ରିଟି ଫୁଟବଲ୍ ମ୍ୟାଚ୍ ଓ ସମ୍ବର୍ଦ୍ଧନା ସମାରୋହ କରିବାର ଯୋଜନା ରହିଛି। ଯାହାପରେ ଅପରାହ୍ନ ୨ ଟାରେ ସେ ହାଇଦ୍ରାବାଦ ପାଇଁ ପ୍ରସ୍ଥାନ କରିବେ।

