Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତି ବଢୁଛି, ପାରଦ ଖସୁଛି ; ଆଉ ସପ୍ତାହେ ଯାଏ ଥରିବ ରାଜଧାନୀ

ଭୁବନେଶ୍ୱର;୧୩|୧୨: ରାତି ବଢିବା ସହିତ ରାଜଧାନୀରେ ରାତି ପାରଦ ହାଲୁକା ତଳକୁ ଖସିଛି | ତେବେ ଭୁବନେଶ୍ୱରରେ ଗତକାଲି ରାତିରେ ୧୨.୬ ଡିଗ୍ରି ରେକର୍ଡ ହୋଇଛି ତାପମାତ୍ରା। ଏହାସହିତ କଟକରେ ୧୧.୮ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ, ଆସନ୍ତାକାଲି ମଧ୍ୟ ରାଜ୍ୟର ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର କିଛି କିଛି ଅଞ୍ଚଳରେ ଶୀତ ଲହରି ପ୍ରବାହିତ ହୋଇଛି | ଏହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଭାବରେ ଥଣ୍ଡା ପାଗ ଜାରି ରହିବା ଆଶଙ୍କା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରି ରହିପାରେ।

ତେବେ ଆଜି ଘୁ. ଉଦୟଗିରିର ପାରଦସ୍ତର ୩.୧ ଡିଗ୍ରିକୁ ଖସିଥିବା ବେଳେ ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି, ଚିପିଲିମାରେ ୬.୬ ଡିଗ୍ରି, ଝାରସୁଗୁଡ଼ାରେ ୭.୧ ଡିଗ୍ରି, ଭବାନୀପାଟଣାରେ ୭.୫ ଡିଗ୍ରି, ରାଉରକେଲାରେ ୭.୨ ଡିଗ୍ରି, କୋରାପୁଟରେ ୮.୧ ଡିଗ୍ରି, କିରେଇରେ ୮.୪ ଡିଗ୍ରି, ଅନୁଗୁଳରେ ୮.୬ ଡିଗ୍ରି, ବଲାଙ୍ଗୀରରେ ୯ ଡିଗ୍ରି, ନବରଙ୍ଗପୁରରେ ୯.୨ ଡିଗ୍ରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୯.୬ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ