Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ଇଣ୍ଡିଗୋ ବିମାନ ଉଡାଣ ସମସ୍ୟା; ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉଡାଣକୁ ନେଇ କଡା ନିଷ୍ପତି

ନୂଆଦିଲ୍ଲୀ ;୧୩|୧୨: ଡିସେମ୍ବର ପହିଲାରୁ ଚାଲୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ସମସ୍ୟା ପାଇଁ ବିମାନ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଲେଣି | ଇଣ୍ଡିଗୋର ବଡ଼ ଧରଣର ବିମାନ ବାତିଲ୍ ଓ ବିଶୃଙ୍ଖଳା ଘଟଣାକୁ ନେଇ ପୂର୍ବରୁ କେନ୍ଦ୍ର ସରକାର ଇଣ୍ଡିଗୋ ଉପରେ କଡା ନିଷ୍ପତି ନେଇଥିଲେ | ଏହାପରେ ଇଣ୍ଡିଗୋ କମ୍ପାନୀ ତରଫରୁ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା | କିନ୍ତୁ ଏହି ବିମାନ ଉଡ଼ାଣର ସମସ୍ୟାରେ ଏପଯ୍ୟନ୍ତ କୌଣସି ସୁଧାର ଆସିନାହିଁ | ଏହାକୁ ନେଇ ମୋଦି ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଡିସେମ୍ବର ୧୨ ତାରିଖରେ ଚାରି ଜଣ ଫ୍ଲାଇଟ୍ ଅପରେସନ୍ ଇନ୍ସପେକ୍ଟର ଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ଋଷି ରାଜ ଚାଟାର୍ଜୀ, ସୀମା ଝମନାନୀ, ଅନିଲ କୁମାର ପୋଖରିଆଲ୍ ଏବଂ ପ୍ରିୟମ କୌଶିକ ।

ଇଣ୍ଡିଗୋରେ ହୋଇଥିବା ବ୍ୟାପକ ବିଶୃଙ୍ଖଳା ସମୟରେ ସେମାନେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇନଥିଲେ |ସେଥିପାଇଁ ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ପ୍ରାୟ ନଅ ଦିନ ମଧ୍ୟରେ ଇଣ୍ଡିଗୋର ୪,୦୦୦ରୁ ଅଧିକ ଉଡ଼ାଣ ବାତିଲ୍ ହେବା କାରଣରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ। ତେବେ ଉଡ଼ାଣ ବାତିଲ୍ ପରେ ଗୁରୁତର ପ୍ରଭାବିତ ଯାତ୍ରୀଙ୍କୁ ଇଣ୍ଡିଗୋ ପକ୍ଷରୁ ୧୦,୦୦୦ର ଭାଉଚର ପ୍ରଦାନ କରାଯାଇଛି । ଏହା ସହିତ ଇଣ୍ଡିଗୋ ଏୟାରଲାଇନ୍ସ ବିଶୃଙ୍ଖଳା ପରେ ବିମାନ ଭଡ଼ା ଉପରେ ସରକାରୀ ନିୟନ୍ତ୍ରଣର ଲକ୍ଷ୍ୟ ନେଇ ଲୋକସଭାରେ ଆଲୋଚନା କରାଯାଇଛି ।

ଅପରପକ୍ଷରେ ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡ଼ାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ କରାଯାଇଛି। ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୫୩ ଓ ଅବତରଣ କରିବାକୁ ଥିବା ୫୨ଟି ବିମାନକୁ ବାତିଲ କରାଯାଇଛି।

ସେହିପରି ଭାବରେ ବେଙ୍ଗାଲୁରୁରେ ୨୩ଟି ଉଡାଣ ଓ ୩୧ଟି ଅବତରଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ଡିସେମ୍ବର ୯ ତାରିଖରୁ ବିମାନ ଚଳାଚଳ ସ୍ବାଭାବିକ ହୋଇଥିବା ନେଇ ଇଣ୍ଡିଗୋ ଦାବି କରିଥିବା ବେଳେ ୧୨ ତାରିଖ ସକାଳୁ ପୁଣି ଥରେ ବିମାନ ବାତିଲ ଭଳି ସଂକଟ ସୃଷ୍ଟି ହୋଇଛି। ଡିସେମ୍ବର ୨ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ପରିଚାଳନା ବ୍ୟବସ୍ଥାରେ ବିଭ୍ରାଟ ଦେଖାଯାଇଥିଲା। ପାଇଲଟ୍ ଓ କର୍ମଚାରୀ ଅଭାବ କାରଣରୁ ଏକ ସପ୍ତାହ ଧରି ଏୟାରଲାଇନ୍ସର ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।

ସପ୍ତାହ ମଧ୍ୟରେ ଇଣ୍ଡି​ଗୋ ଏୟାରଲାଇନ୍ସ ଏହାର ୪୨୯୦ଟି ଘରୋଇ ବିମାନ ଓ ୬୪ଟି ଆନ୍ତର୍ଜାତିକ ବିମାନ ଉଡାଣ ଓ ଅବତରଣକୁ ବାତିଲ କରିଥିଲା। ଏହାଦ୍ବାରା ଲକ୍ଷଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ