ବାଘପାଲି ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ଉଦଘାଟିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମାଲଏ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ ହୋଇଯାଇଛି l ଏଥିରେ ଅବସରପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ ଶ୍ରୀଯୁକ୍ତ କାଲିଆ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବକୁଳ ଯାତ୍ରା ମହୋତ୍ସବ ର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ମନୋରଞ୍ଜନ ପାଢୀ , ଶିକ୍ଷକ ସନ୍ତୋଷ ପଧାନ, ଲଷ୍ମୀନାରାୟଣ ମୁଦୁଲି , ନରିଷ୍ଠ ନାଗରିକ ରବି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିଲେ l ଶନିବାର ପ୍ରାତଃ ସମୟରୁ ଗାଁ ର ଗୌନ୍ତିଆ ଶୁରେଶ ପଣ୍ଡା ଓ ସମାଧି ପୀଠର ପୂଜକ ଧିରେନ ପଣ୍ଡା ରୁଗୁଡ଼ି ମୁଣ୍ଡାରେ ବୈଦିକ ରୀତିନୀତିରେ ପୂଜାର୍ଚନା କଲାପରେ ଶୁଭ କଳସ ଆଣି ସପ୍ତାହ ମଣ୍ଡପରେ ସ୍ଥାପନ କରାଗଲା l ଏଠାରେ ମଧ୍ୟ ପୂଜକ ପୂଜାର୍ଚନା କଲାପରେ ବ୍ୟାସ ଶ୍ରୀଯୁକ୍ତ ଜଗଦିଶ ପୁରୋହିତ ଭାଗବତ ସପ୍ତାହ ପରାୟଣ ଆରମ୍ଭ କରିଥିଲେ l ଏଥିରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କୋଟସମଳାଏ ଗ୍ରାମପଂଚାୟତର ବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦର୍ଶକ ମାନଙ୍କୁ ମନ ମୋହିଥିଲେ l ଶେଷରେ ସମାରୁ ବଗର୍ତି ଧନ୍ୟବାଦ ଅର୍ପଣ କରିଥିଲେ l ପୁରନ୍ଦର ଥାଟି, ଘନଶ୍ୟାମ ପଧାନ, ରାଜକୁମାର ଅମାତ, ହିମାଂଶୁ ପଧାନ, ପ୍ରମୁଖ ସହଯୋଗ କରିଥିଲେ l

