Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜରେ ଆଉଟ ରିଚ କାର୍ଯ୍ୟକ୍ରମ

ବୀରମହାରାଜପୁର : ପ୍ରାଚୀନ କାଳରୁ ଭାରତ ବିଜ୍ଞାନକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି I ବିଜ୍ଞାନକୁ ବାଦଦେଇ ଆମେ ଚଳିପରିବା ନାହିଁ I ଯେଉଁ ଦେଶର ବିଜ୍ଞାନ ଯେତିକି ଉନ୍ନତ ସେହିଦେଶ ବିଶ୍ୱରେ ସେତିକି ପ୍ରଭାବ ବିସ୍ତାର କରେ I ତେଣୁ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ବିଜ୍ଞାନର ଗବେଷଣାରେ ସହାଭାଗୀ ହୁଅନ୍ତୁ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଶନିବାର ଅତିଥିମାନେ ମତବ୍ଯକ୍ତ କରିଥିଲେ I ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀ ସଭାପତିତ୍ଵ କରିଥିଲେ l ଅନୁଷ୍ଠିତ ଆଉଟ ରିଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର କରୁଣାକର ନନ୍ଦ ନିଜ ମତବ୍ୟକ୍ କରିଥିଲେ I ଏହା ସହିତ ସେ ଥର୍ମୋମିଟରର ଇତିହାସ ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଥିରେ I ତାଙ୍କ ସହିତ ମଞ୍ଚ ମଣ୍ଡନ କରିଥିବା ଉକ୍ତ ଅନୁଷ୍ଠାନର ବରିଷ୍ଠ ବିଜ୍ଞାନ ବୈଷୟିକ ଅଧିକାରୀ ଡ଼. କ୍ଷୀରଦ ଚନ୍ଦ୍ର ପାତ୍ର ଏବଂ ଡ଼. ସଚ୍ଚିଦାନନ୍ଦ ଷଡ଼ଙ୍ଗୀ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଜ୍ଞାନର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମତ ବିନିମୟ କରିଥିଲେ I ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ତଥା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତI ସୁପ୍ରଭା ନନ୍ଦ ସଭା ସଂଯୋଜନା କରିଥିବାବେଳେ ସେହି ବିଭାଗର ଅନ୍ୟତମ ଅଧ୍ୟାପକ ସିଦ୍ଧେଶ୍ୱର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଜଗଦିଶ ସାହୁ, ଶ୍ରୀରାମ ଦେହୁରୀ, ବରୁଣ କଲତା, ଦିବାକର ଭୋଇ ପ୍ରମୁଖ ସହଯୋଗ କରିଥିଲେ I ସୂଚା ନl ଯୋଗ୍ୟଯେ ଆଉଟ ରିଚ କାର୍ଯ୍ୟକ୍ରମ ଜରିଆରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଗସ୍ତକରି ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷା ପାଇଁ ପ୍ରଭାବିତ କରିବା ସହିତ ଅନୁଷ୍ଠାନରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥାଏ I ପ୍ରତ୍ୟେକ ବର୍ଷ ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାପାଇଁ ପ୍ରତିଷ୍ଠାନକୁ ପ୍ରସ୍ତାବ ଦିଆଯିବ ବୋଲି ଅଧ୍ୟକ୍ଷ ଡ଼. ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ