ଜାମଗାଁ ଆଞ୍ଚଳିକ ହାଇସ୍କୁଲର ୨୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ସୁମନ୍ତ ନାଏକ ଓ ପୁଷ୍ପା ରୋହିଦାସ ଚଳିତ ବର୍ଷର ଚମ୍ପିୟାନ
ଝାରସୁଗୁଡ଼ା ୧୪/୧୨ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଜାମଗାଁ ଆଞ୍ଚଳିକ ହାଇସ୍କୁଲ ଖେଳ ପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ବିଦ୍ୟାଳୟର ୨୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଦିନ ସଫଳତାର ସହିତ ଉଦଯାପିତ ହୋଇ ଯାଇଛି।
ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିଦ୍ ତଥା ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ ଯୋଗଦେଇ କ୍ରୀଡ଼ା ମାଧ୍ୟମରେ ଶାରୀରିକ ସୁସ୍ଥତା ସହ ଶିଷ୍ଟାଚାର, ଶୃଙ୍ଖଳାବଦ୍ଧତା ଓ ସହଯୋଗର ଭାବନା ବିକାଶ ହୁଏ ବୋଲି ମତ ପ୍ରକାଶ କରିଥିଲେ। ସେହିଭଳି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଏସଏମସି କମିଟିର ବିଧାୟକ ପ୍ରତିନିଧି ଡୋଲାମଣି ପଧାନ, ବରିଷ୍ଠ ନାଗରିକ ଶଙ୍କର ସା, ହିନ୍ଦୀ ଶିକ୍ଷକ କୃଷ୍ଣ ବିହାରୀ ସାହୁ ଓ ସଂସ୍କୃତ ଶିକ୍ଷକ ଅଶ୍ଵିନୀ ବଢେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ବିଭାଗରେ ସୁମନ୍ତ ନାଏକ ଓ ବାଳିକା ବିଭାଗରେ ପୁଷ୍ପା ରୋହିଦାସ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଚମ୍ପିୟାନ ହେବା ସହ ଚଳିତ ବର୍ଷ ୨ଟି ନୂତନ ମିଟ୍ ରେକର୍ଡ ସୃଷ୍ଟି କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ନିମନ୍ତ୍ରିତ ଅତିଥି ମାନେ ପୁରସ୍କୃତ କରିଥିଲେ।
ଅନ୍ତିମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଶ୍ରୀ ସାଏ କ୍ରୀଡ଼ା ପତାକା ଅବତରଣ କରି ଆଗାମୀ ବର୍ଷ ପର୍ଯ୍ୟନ୍ତ ସାଇତି ରଖିବାକୁ କ୍ରୀଡ଼ା ଶିକ୍ଷକ ସୁକାନ୍ତ କୁମାର ବାଗଙ୍କୁ ଦାୟିତ୍ୱ ନ୍ୟସ୍ତ କରି କ୍ରୀଡ଼ା ଉତ୍ସବକୁ ସାଙ୍ଗ ଘୋଷଣା କରିଥିଲେ।
ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ବିଶ୍ୱାଳ ମଞ୍ଚ ସଞ୍ଚାଳନ କରିଥିଲେ। ସହକାରୀ ଶିକ୍ଷକ ପ୍ରଦୀପ କୁମାର ଦାସ ବାର୍ଷିକ କ୍ରୀଡ଼ା ବିବରଣୀ ପଠନ କରିଥିବା ବେଳେ ଧନୀରାମ ସା ଧନ୍ୟବାଦ ଅର୍ପଣ କରିଥିଲେ।
କ୍ରୀଡ଼ା ଶିକ୍ଷକ ସୁକାନ୍ତ କୁମାର ବାଗଙ୍କ ନେତୃତ୍ୱରେ ଖେଳ ପରିଚାଳନା ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଧନୀରାମ ସା, ଅଶୋକ ପଶାୟତ, ଥଣ୍ଡାରାମ ପଧାନ, ନିମାଇଁ ଧୁରୁଆ, ଜଗଦୀଶ ମେହେର, ସୁଶାନ୍ତ ବାରିକ, ସୁରଜ ପଧାନ, ଗୁରୁଚରଣ ନାଏକ, କିରଣ ଭୋଇ, ମନୋଜ ଧରେଇ, ଆରତୀ ମାଝୀ, ବୀଣା ମୁଣ୍ଡା, ଭାରତୀ ମାଝୀ, ପ୍ରାଚୀ ପଧାନ, ସରିତା ରୋହିଦାସ, ତପସ୍ୱିନୀ ବାଙ୍କ ଓ ନିକିତା ଖଡ଼ିଆ ସହ ଅନେକ ପୁରାତନ ଛାତ୍ରଛାତ୍ରୀ ତାଙ୍କୁ ସହଯୋଗ କରିଥିଲେ।

