Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାତୁରପେଟ ବଜରଙ୍ଗବଳି ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ; ସୁବଳୟା ଦଳ ଚାମ୍ପିଅନ

ବୀରମହାରାଜପୁର :
ବୀରମହାରାଜପୁର ବ୍ଲକ ଲାତୁରପେଟ ଗ୍ରାମର ପ୍ରଗତି କ୍ଳବ ଆନୁକୁଲ୍ୟରେ ଆୟୋଜିତ ୯ ତମ ବଜରଙ୍ଗ ବାଲୀ ଏକଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ସ୍ଥାନୀୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳରେ ସୁବଳୟା ଦଳ ବୀରମହାରାଜପୁର ଗୁଡ ମର୍ଣିଙ୍ଗ କ୍ଲବକୁ ୩-୧ ପେନାଲ୍ଟି ଗୋଲରେ ହରାଇ ଚମ୍ପିଆନ ହୋଇଥିଲା । ଉଦଘାଟନୀ ଉତ୍ସବରେ ଚମ୍ପାମାଳ ସମତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ, ସମାଜସେବୀ ସୁରୁନାରାୟଣ ମହାକୁର ଓ ସୁଧାଂଶୁ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି , ସବ-ଇନ୍ସପେକ୍ଟର ସାରଥୀ କଲେତ, ସମାଜସେବୀ ସୁରୁନାରାୟଣ ମହାକୁର , କୁଲୁଣ୍ଡି ଶାରୀରିକ କଲେଜର ପୂର୍ବତନ ଅଧ୍ୟକ୍ଷ ବିଜୟ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବଦ୍ରିପ୍ରସାଦ ହୋତା, ଅଜିତ ନାଏକ, ସୁମନ୍ତ ରାଉତ, ପ୍ରଶାନ୍ତ ଷାଣ୍ଢ ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ ଅଭିମନ୍ୟୁ ବଗର୍ତ୍ତି ଧାରା ବିବରଣୀ ପ୍ରଦାନ କରିଥିଲେ । ସୁବଳୟା, ସାଗର-୧୧, ରାକେଶ-୧୧, ମରାଲୋ, ଲାତୁରପେଟର ପ୍ରଗତି କ୍ଲବ, ଫୁଲଚରା, ବୀରମହାରାଜପୁର ମର୍ଣିଂ କ୍ଲବ ଓ ବିଶିପଡ଼ାର ବାଉତି ସ୍ଫୋଟିଂ ଆଦି ମୋଟ ୮ଟି ଦଳ ଏଥିରେ ଭାଗ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ