Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ଶୀତରେ ଥରୁଛି ଓଡିଶା : ୧୦ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ…

ଭୁବନେଶ୍ୱର,୧୫|୧୨: ପୁରା ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି । ତେବେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇପାରେ |

କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ସିମିଳିଗୁଡ଼ାରେ ୬.୧ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ରାଉରକେଲାରେ ୮.୨ ଡିଗ୍ରୀ, ଚିପିଲିମାରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, ବୌଦ୍ଧ ଓ କିରୋଇରେ ୯.୮ ଡିଗ୍ରୀ ରହିଥିଲା ବେଳେ ଅନ୍ୟ ସମସ୍ତ ସହର ଗୁଡିକରେ ପାରଦ ୧୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ଆଉ କେ‌ତେକ ସ୍ଥାନରେ ପାରଦ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି|

ଓଡ଼ିଶାରେ ଆଉ କିଛି ଦିନ ଶୀତ ଅନୁଭୂତ ହେବ। ଆଇଏମ୍‌ଡିର ଆକଳନ ଅନୁସାରେ, ୧୫ ଓ ୧୬ ତାରିଖରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଏବଂ ସୁନ୍ଦରଗଡ଼ ସହରରେ ସର୍ବନିମ୍ନ ତାମପାତ୍ରା ୧୧ ଡିଗ୍ରୀ ପର୍ଯ୍ୟନ୍ତ ରହିବ। ସେହିପରି ଆସନ୍ତା ୧୭, ୧୮ ଓ ୧୯ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିବ। ଏହାସହ ୧୭ ତାରିଖରେ ସୁନ୍ଦରଗଡ଼ର ତାପମାତ୍ରା ୧୧ ଡିଗ୍ରୀ ଏବଂ ୧୮ ଓ ୧୯ ତାରିଖରେ ୧୦ ଡିଗ୍ରୀ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ