କଂଗ୍ରେସ ଛାଡ଼ିବେ କି ସୋଫିଆ ଫିର୍ଦୋଷ?
ଭୁବନେଶ୍ୱର,୧୫|୧୨: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ | ଦଳ ବିରୁଦ୍ଧରେ ବୟାନ ଦେଇଥିବାରୁ ତାଙ୍କୁ ବହିଷ୍କୃତ କରାଯାଇଛି | ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏଆଇସିସିକୁ ଚିଠି ଲେଖିଥିଲା। ଏବଂଶେଷରେ ଏହି ଚିଠିରେ ଏଆଇସିସି ମୋହର ମାରିଛି । ମୋକିମ୍ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ତେବେ ମୋକିମ୍ ଙ୍କ ବହିଷ୍କୃତ ପରେ ସୋଫିଆ କଂଗ୍ରେସ ଦଳ ଛାଡିବାକୁ ନେଇ ଅନେକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି | ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ବାପା ହେଉଛନ୍ତି ମହମ୍ମଦ ମୋକିମ୍ | ସୋଫିଆ ତାଙ୍କ ବାପାଙ୍କଠାରୁ ପ୍ରେରିତ ହୋଇ ରାଜନୀତିରେ ପାଦ ଥାପିଥିଲେ | ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ ସୋଫିଆ | ଅନେକ ଗଣାମଧ୍ୟମରେ ଏ କଥା ସୋଫିଆ ଅନେକଥର ଆଲୋଚନା ସମୟରେ କହିଛନ୍ତି | ସୋଫିଆ ରାଜ୍ୟ ରାଜନୀତିରେ ତାଙ୍କ ବାପାଙ୍କ ଭଳି ଏକ ଚର୍ଚ୍ଚିତ ଚେହେରା | ବିଧାନସଭାରେ ତାଙ୍କ ଅଧିବେଶନରେ ତାଙ୍କ ସାଧାରଣ ଜନତାଙ୍କ ପାଇଁ ରହୁଥିବା ସବୁ ପ୍ରଶ୍ନ ଏହାର ପ୍ରମାଣ କରେ | କିନ୍ତୁ ମହମ୍ମଦ ମୋକିମ୍ ଙ୍କ ବହିଷ୍କୃତ ପରେ ତାଙ୍କ ଝିଅ ସୋଫିଆ ମଧ୍ୟ କଂଗ୍ରେସ ଛାଡ଼ିବେକି? ତାହାକୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ? କାରଣ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ ସୋଫିଆ | ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ |
ସୂଚନା ମୁତାବକ, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ କଂଗ୍ରେସଏର ବରିଷ୍ଠ ନେତା ମହମ୍ମଦ ମୋକିମ୍ ପ୍ରଶ୍ନ କରିଥିଲେ। କଂଗ୍ରେସ ଦଳର ପରିଚାଳନା ଦାୟିତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନିକଟକୁ ସେ ଏକ ନିକଟକୁ ଚିଠି ଲେଖିଥିଲେ। ସେ ଅଭିଯୋଗ କରିଥିଲେ ଯେ , ଭକ୍ତ ଦାସ କଂଗ୍ରେସ ପାଇଁ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି | ମୋକିମ ଆହୁରି କହିଥିଲେ, ଭକ୍ତ ଦାସ ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି। ପିସିସି ସଭାପତିଙ୍କ ସଠିକ ନେତୃତ୍ୱରେ ଅଭାବ ପାଇଁ ନୂଆପଡ଼ାରେ କଂଗ୍ରେସ ପରାଜୟର ସମ୍ମୁଖୀନ ହେଲା ବୋଲି ସେ ଅଭିଯୋଗ ମଧ୍ୟ ଆଣିଥିଲେ। ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଯୋଗ୍ୟ ନୁହେଁ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଜରିଆରେ ଲେଖି କହିଥିଲେ ମହମ୍ମଦ ମୋକିମ। ତେବେ ଚିଠି ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି |
ଏହାପରେ ମୋକିମଙ୍କର ଚିଠିର ଜବାବ ରଖିବାକୁ ଯାଇ ପିସିସି ସଭାପତି ଭକ୍ତ ଦାସ ମୁହଁ ଖୋଲିଥିଲେ। ମୋକିମଙ୍କୁ ଆକ୍ଷେପ କରି ବିଜେପିକୁ ପଳାଇ ଯିବାକୁ ଭକ୍ତ ଦାସ କହିଥିଲେ । ’ଯେଉଁ ନେତାମାନେ ଶାସକ ଦଳର ସଂପର୍କରେ ଅଛନ୍ତି, ସେମାନେ ବିଜେପିକୁ ତୁରନ୍ତ ଚାଲିଯିବା ଠିକ ହେବ ବୋଲି ଭକ୍ତ ଦାସ କହିଥିଲେ। ସେ ମୋକିମଙ୍କ କଥାର ଜବାବ ଦେଇ ଆହୁରି ମଧ୍ୟ କହିଥିଲେଯେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଥିବାବେଳେ ଦଳର ନେତୃତ୍ୱ ଉପରେ ଏଭଳି ପ୍ରଶ୍ନ ଉଠାଇବା ଶୋଭନୀୟ ନୁହେଁ ବୋଲି କହିଥିଲେ ଭକ୍ତ ଦାସ ।

