Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶକ୍ତି ବିଭାଗ ରେ କେନଝରିଆ ପାଲି ହାଇ ସ୍କୁଲ ର ଛାତ୍ରୀ ଙ୍କ ସଫଳତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ର ନବମ ଶ୍ରେଣୀର କୃତି ଛାତ୍ରୀ ସଂଜ୍ଞାସିନୀ ଖେତୀ ସୋନପୁର ଜିଲ୍ଲା ସ୍ତରରୁ ମନୋନୀତ ହୋଇ ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି l ୧୪ଡିସେମ୍ବର ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ଭୁବନେଶ୍ୱର ଲୋକ ସେବା ଭବନ ଠାରେ ଶକ୍ତି ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି l ତାଙ୍କର ମଡେଲ ଟୀ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ସୌରଶକ୍ତି ର ବିଦ୍ୟୁତ ଶକ୍ତି କୁ ରୂପାନ୍ତରଣ ସୋଲାର. ଇରିଗେସନ ସିଷ୍ଟମ ଉପରେ ପର୍ଯବେଷିତ ହୋଇଥିଲା I ସେ ତାଙ୍କର ଗାଇଡ଼ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ ଙ୍କ ସହ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ