Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ସୋନୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଡାହାଣୀ ପାଲି ଚାମ୍ପିଆନ୍ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ରେ ଏମ ସ୍ପୋର୍ଟିଂ ଆନୁକୂଲ୍ୟରେ ହେଉଥିବା ସୋନୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ସୁବଳୟା କୁ ହରାଇ ଡ଼ାହାଣୀପାଲି ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ କୁ ସ୍ଥାନୀୟ ସରପଞ୍ଚ ମନୋଜ ସାହୁ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ଡ଼ାହାଣୀପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୧୩୪ ରନ କରିଥିଲା। ଜବାବରେ ସୁବଳୟା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୮ ଉଇକେଟ ହରାଇ ୬୫ ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ଡ଼ାହାଣୀପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୭ ଉଇକେଟ ହରାଇ ୫୮ ରନ କରିଥିଲା। ଜବାବରେ ସୁବଳୟା ଦଳ ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୪୮ ରନ କରିଥିଲା। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଡ଼ାହାଣୀପାଲି ଦଳ ୨-୦ ରେ ଫାଇନାଲ ମ୍ୟାଚ କୁ ଜିତି ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜୋନ -୧ ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ, ବିଶିଷ୍ଟ ବ୍ୟବସାୟୀ ପ୍ରେମାନନ୍ଦ ଜଟି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜ ଗୋପାଳ ପାଣିଗ୍ରାହୀ,ମୁର୍ଷୁଣ୍ଢୀ କୃଷି ସେବା ସମବାୟ ସମିତି ର ସମ୍ପାଦକ ପ୍ରଭାତ ସାହୁ, ଯୁବ ସଂଗଠନ ସତ୍ୟଞ୍ଜିବ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଡ଼ାହାଣୀପାଲି ର ଆହାଲ୍ଲାଦ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ଫାଇନାଲ, ମ୍ୟାନ ଅଫ ଦି ସିରିଜ,ଶ୍ରେଷ୍ଠ ବ୍ୟାଟର,ଅର୍ଜୁନ ପ୍ରଧାନ ଙ୍କୁ ଶ୍ରେଷ୍ଠ ବୋଲର,ସୁବଳୟା ର ଶ୍ରୀକାନ୍ତ ନାଏକ ଙ୍କୁ ଶ୍ରେଷ୍ଠ ସିକ୍ସର ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ଡ଼ାହାଣୀପାଲି ଦଳ କୁ ନଗଦ ୨୫ ହଜାର ଟଙ୍କା ସହିତ ସୋନୁ ସ୍ମାରକୀ ଚାମ୍ପିଅନ ଟ୍ରଫି ଏବଂ ଉପବିଜେତା ସୁବଳୟା ଦଳ କୁ ନଗଦ ୧୮ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ କୁ ଅବିନାଶ ସାହୁ ଓ ପ୍ରକାଶ ପଣ୍ଡା ପରିଚାଳନା କରିଥିବା ବେଳେ ଆଶିଷ ନାଏକ ସ୍କୋରିଙ୍ଗ ଏବଂ ମାନସ ନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ