Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନର ବାର୍ଷିକୋତ୍ସବ ପାଳନ ସକାଶେ ସୋମବାର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ସ୍ମରଣିକା କମିଟିରେ ସଭାପତିଙ୍କ ସହିତ ଦ୍ବିତୀକୃଷ୍ଣ ପଣ୍ଡା, ଭୂଷଣ କୁମାର ପାତ୍ର , କୃଷ୍ଣଚନ୍ଦ୍ର ପାଢୀ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଜ୍ଞାନେନ୍ଦ୍ର ତ୍ରିପାଠୀ ରହିଥିବାବେଳେ ଅର୍ଥ କମିଟିରେ ଶ୍ୟାମସୁନ୍ଦର ସେଠୀ ,ବାସୁଦେବ ପଣ୍ଡା, ତ୍ରିନାଥ ମିଶ୍ର ,ସତ୍ୟ ନାରାୟଣ ନାୟକ ,ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଙ୍କୁ ମନୋନୀତ କରାଯାଇଛି। ଅତିଥି ଯୋଗାଯୋଗ ପାଇଁ ଡକ୍ଟର ରଥ , ଭୂଷଣ ପାତ୍ର , କୃଷ୍ଣଚନ୍ଦ୍ର ପାଢ଼ୀ , ଦିଲ୍ଲିପ ତ୍ରିପାଠୀ , ଦୟାନିଧି ହୋତା ପ୍ରମୁଖ ରହିଛନ୍ତି ।ଏହି ଉତ୍ସବ ଆସନ୍ତା ଜାନୁଆରୀ ୧୮ ତାରିଖରେ ପାଳନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ସନ୍ତୋଷ ଷଡ଼ଙ୍ଗୀ , ବଳରାମ କାଣ୍ଡ, ଚମରା ମହାକୁର,ସୁରୁ ସାହୁ , ଅକୃର ଦନ୍ତା, ବାସୁଦେବ ରଥ , ଗୋପୀନାଥ ମହାକୁର , ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସୌମିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ