କେନଝରିଆ ପାଲି ରେ ପଞ୍ଚାୟତ ସ୍ତରୀୟ ଆପତ୍ତି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ଶିବିରକୁ ବିଡ଼ିଓ ରାଜୀବ ହାଁସଦା ଯୋଗଦେଇ ଜନସାଧାରଣଙ୍କ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ସର୍ବ ମୋଟ ୫ଟି ଅଭିଯୋଗ ହୋଇଥିଲା l ସେଥି ମଧ୍ୟରୁ ୨ଟି ବ୍ୟକ୍ତିଗତ ଏବଂ ୩ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି l ସରପଞ୍ଚ ସସ୍ମିତା ଦୀପ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରକୁ ଏବିଡିଓ ପୁରୁଷୋତ୍ତମ ଧାରୁଆ, ଯୋଗାଣ ନିରୀକ୍ଷକ ଖିରୋଧ ଧଳ, ଡ଼ ବ୍ଲୁ ଇଓ ସତ୍ୟନାରାୟଣଙ୍କ ପଧାନ, ଏପିଓ ଅମୃତାଂଶୁ ପାତ୍ର, ପିଇଓ ଅକ୍ଷୟ ଭୋଇ ଙ୍କ ଶିକ୍ଷା ବିଭାଗ ରୁ କେନଝିରିଆପାଲି କ୍ଳଷ୍ଟର ର ସି ଆର ସି ସି ବିନୟ ବିଶ୍ୱାଳ ସମେତ ବିଭିନ୍ନ ବିଭାଗର ଅଧିକାରୀ ମନେ ଯୋଗଦେଇଥିଲେ l

