Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବକୁଳ ମହୋତ୍ସବ ଅବସରରେ ଚନ୍ଦ୍ର ମଣି ଦାସ ଙ୍କ ତିରୋଧାନ ଦିବସ ରେ ସ୍ମୃତି ସଭା ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ଚନ୍ଦ୍ର ମଣି ପିଠ ବକୁଳ ଯାତ୍ରା ମହୋତ୍ସବ 2025 ଅବସରରେ ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସଙ୍କ ତିରୋଧାନ ଦିବସ ଅବସରରେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ଗୋରେଖନାଥ ସାହୁ ଯୋଗଦାନ କରି ଚନ୍ଦ୍ରମଣି ଦାସଙ୍କ ସାହିତ୍ୟ ଦର୍ଶନ ଏବଂ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ନାରିଜାଗରଣ କେନ୍ଦ୍ରର ସଭାନେତ୍ରୀ ମିନା ମହାରଣା, ଡ. ଅନିରୁଦ୍ଧ କୁରକୁରିଆ ଯୋଗଦାନ କରି ତାଙ୍କର ସ୍ମୃତି ଚାରଣ କରିଥିଲେ l ଶିକ୍ଷକ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ ପରେ ସରୋଜ ବେଦବଗ ପ୍ରବଚନ କାର୍ଯ୍ୟକ୍ରମ କରିଥିଲେ ମ୍ୟୁଜିକରେ ସହଯୋଗ କରିଥିଲେ l ତବଲାରେ ପଞ୍ଚାନନ ମନ୍ତ୍ରା, ଅର୍ଗାନରେ ଶିକ୍ଷକ ଅଚ୍ୟୁତ କୁରକୁରିଆ, ପେଡରେ ଶାସିଶେଖର ଉଡାନ, ପାଳିଆରେ ଭୁବନେଶ୍ୱର ଉଡାନ ଯୋଗଦାନ କରିଥିଲେ l ଘନଶ୍ୟାମ , ରାଜକୁମାର, ପୁରନ୍ଦର , ଦୀନବନ୍ଧୁ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ