Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଗସ୍ତରେ ଆସିପାରନ୍ତି ଅମିତ ଶାହ

ଭୁବନେଶ୍ୱର;୧୬|୧୨: ଓଡିଶା ଗସ୍ତରେ ଆସିପାରନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା | ଆସନ୍ତା ୨୧ ତାରିଖରେ ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ହେବାକୁ ଯାଉଛି | ଯାହାକି ଭୁବନେଶ୍ୱର ସ୍ଥିତ ଜନତା ମଇଦାନଠାରେ ହେବାର ଯୋଜନା ରହିଛି । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସରକାର ତାଙ୍କ ତରଫରୁ ନିମନ୍ତ୍ରଣ କରିଛନ୍ତି | ତେବେ ଗୃହମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାହା ଶାହଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ମିଳିନାହିଁ |

ପୂର୍ବରୁ ଏମିତି ଅନେକ ଥର ଓଡ଼ିଶାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ଆୟୋଜନ ସରିଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଶେଷ ମୁହୂର୍ତ୍ତରେ ସେସବୁ ବାତିଲ ହୋଇଛି। ପୂର୍ବ ସୂଚନା ଅନୁଯାଇ ସେ ଶେଷଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ଡିଜିପି ସମ୍ମିଳନୀରେ ଯୋଗଦେଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ନିଜେ ପ୍ରତିଶୃତି ଦେଇଛନ୍ତି | ଏହାପରେ ମଧ୍ୟ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସଠିକ ସୂଚନା ମିଳିନାହିଁ | ତେବେ ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଦ୍ବନ୍ଦରେ ଅଛନ୍ତି |

ଅପରପକ୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଅମିତ ଶାହଙ୍କ ସହିତ କେତୋଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ | ଏଥିମଧ୍ୟରୁ ରାଜ୍ୟରେ ଏପଯ୍ୟନ୍ତ ୬ ଟି ମନ୍ତ୍ରୀ ପଦ ଖାଲି ପଡିଛି | ଓଡ଼ିଶାରେ ନୂଆସରକାର ଆସିବାର ୧୭ ମାସ ବିତିଗଲାଣି କିନ୍ତୁ ମନ୍ତ୍ରୀ ପଦ ସମସ୍ୟାର ସମାଧାନ ହୋଇପାରୁନାହିଁ | ନିର୍ବାଚନ ପରଠାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଇପାରେ ବୋଲି ଚର୍ଚ୍ଚା ହୋଇଆସୁଛି। ସେହିପରି ବୋର୍ଡ ଏବଂ ନିଗମରେ ଥଇଥାନ ପ୍ରକ୍ରିୟା ଏଯାଏ ହୋଇପାରି ନ ଥିବାବେଳେ ଏନେଇ ଦଳୀୟ ନେତାମାନଙ୍କ ଭିତରେ ସାମାନ୍ୟ ଅସନ୍ତୋଷ ରହୁଛି। ତେଣୁ ଏହି କାର୍ଯ୍ୟକ୍ରମରେ ଅମିତ ଶାହା ଯୋଗ ଦେଇ ଏହିସବୁ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ